ରାମ ମନ୍ଦିର ଥିମ୍‌ର ହୀରା ହାର

ଅଯୋଧ୍ୟାରେ ଶ୍ରୀ ରାମମନ୍ଦିର ପ୍ରତିଷ୍ଠାକୁ ନେଇ ସବୁଠି ଉତ୍ସବମୁଖର ପରିବେଶ । ମନ୍ଦିର ପାଇଁ କିଏ ୪୦୦ କେଜିର ତାଲା ପ୍ରସ୍ତୁତ କରୁଛି ତ ଆଉ କିଏ ୧୦୮ ଫୁଟ୍ ଲମ୍ବର ଧୂପକାଠି ତିଆରି କରି ଭେଟି ଦେଉଛନ୍ତି । ଏହାରି ମଧ୍ୟରେ ଅଯୋଧ୍ୟା ରାମ ମନ୍ଦିର ଥିମର ଏକ ହୀରା ହାର ମନ୍ଦିରକୁ ଭେଟି ସ୍ୱରୂପ ଦିଆଯାଉଥିବା ଦେଖିବାକୁ ମିଳିଛି । ସୁରଟର ଜଣେ ହୀରା ବ୍ୟବସାୟୀ ଏହି ହାର ପ୍ରସ୍ତୁତ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ରସେସ ଜୁଏଲର୍ସ ରାମ ମନ୍ଦିର ଥିମ ଆଧାରରେ ଏକ ହାର ତିଆରି କରିଛନ୍ତି । ଏହି ହାରର ବିଶେଷତ୍ୱ ହେଉଛି ଏଥିରେ ୫ ହଜାର ଆମେରିକାନ ଡାଇମଣ୍ଡ ଏବଂ ୨ କେଜି ରୂପାର ବ୍ୟବହାର କରାଯାଇଛି । ଏହି ହାରକୁ ତିଆରି କରିବା ପାଇଁ ୪୦ ହଜାର କାରିଗର ନିୟୋଜୀତ ହୋଇଛନ୍ତି ।ଏବଂ ହାରକୁ ସମ୍ପୂଣ୍ଣ କରିବାକୁ ୩୫ ଦିନ ସମୟ ଲାଗିଥିଲା । ହାରର ଆଉ ଏକ ବିଶେଷ ଆକର୍ଷଣ ହେଉଛି ଏହାର ଚେନ । ଚେନରେ ରାମାୟଣର ମୁଖ୍ୟ ଚରିତ୍ର ମାନଙ୍କୁ ସ୍ଥାନିତ କରାଯାଇଛି । ଏହି ହାରର ଓଜନ ୨ କେRò ରହିଛି । ରାମ ମନ୍ଦିରକୁ କିଛି ଉପହାର ù\aû ଉଦ୍ଦେଶ୍ୟରେ ସେମାନେ ଏହାକୁ ତିଆରି କରିଥିବା କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *