ଫଳ ବିକାଳିଙ୍କ ନାଁରେ ବୃଦ୍ଧ କରିଦେଲେ କୋଟି କୋଟି ସମ୍ପତ୍ତି

ଫଳ ବିକାଳି ନାଁରେ 88 ବର୍ଷୀୟ ବୃଦ୍ଧ କରିଦେଲେ ନିଜର ସବୁ ସମ୍ପତ୍ତି । ଏଭଳି କିଛି ଘଟଣା ଘଟିଛି ଚୀନରେ । ଫଳ ବିକାଳିଙ୍କ ନାମ ହେଉଛି ଲିୟୁ ଏବଂ ବୃଦ୍ଧ ଜଣଙ୍କ ନାମ ୟାହାମା । ବୃଦ୍ଧ ଜଣକ ଏକାକି ରହୁଥିଲେ । ଦିନେ ଫଳ ବିକାଳି ସହ ତାଙ୍କର କଥା ବାର୍ତ୍ତା ହେବା ସହ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଧିରେ ଧିରେ ସମ୍ପର୍କ ଘନିଷ୍ଠ ହେବାକୁ ଲାଗିଲା । ଫଳ ବିକାଳି ଲିୟୁ ବୃଦ୍ଧଙ୍କର ଯତ୍ନ ନେବାକୁ ଲାଗିଲେ । ଏହାପରେ ପରିବାର ସହ ଆସି ସେଠାରେ ରହିବା ସହ ୟାହା ମାଙ୍କର ସବୁ ଦାୟିତ୍ୱ ନେଲେ । ଏଥିରେ ସନ୍ତୁଷ୍ଟ ହୋଇ ବୃଦ୍ଧ ଜଣକ ନିଜର ସବୁ ସମ୍ପତ୍ତି ଲିୟୁଙ୍କ ନାଁରେ ୱିଲ କରିଦେଲେ । ଏନେଇ ବୃଦ୍ଧଙ୍କ ମୃତ୍ୟୁ ପରେ ସମ୍ପର୍କୀୟ ଅଭିଯୋଗ କରିଥିଲେ ବି କୋର୍ଟ କିନ୍ତୁ ବୃଦ୍ଧଙ୍କ ନିଷ୍ପତ୍ତିକୁ ସଠିକ୍ ବୋଲି କହିବା ସହ ଫଳ ବିକାଳିକୁ ସବୁ ସମ୍ପତ୍ତିର ହକଦାର ବୋଲି ନିଷ୍ପତ୍ତି ଶୁଣାଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *