ଅଡୁଆରେ ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରା । ମୋଟିଭେସନାଲ କଣ୍ଟେଟ ମାଧ୍ୟମରେ ଅନ୍ୟ ମାନଙ୍କ ମନରେ ଜୋସ ସୃଷ୍ଟି କରୁଥିବା ସୋସିଆଲ ମିଡିଆ ଇନଫ୍ଲୁଏନସର ଏବେ ବିବାଦର କାଠଗଡାରେ । ସୋସିଆଲ ମିଡିଆରେ ସମସ୍ତଙ୍କ ରୋଲ ମଡେଲ ସାଜିଥିବା ବିବେକ ବିନ୍ଦ୍ରା ନିଜ ସ୍ତ୍ରୀଙ୍କୁ ନିର୍ୟ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ବିବେକଙ୍କ ଶଳା ବୈଭବ କତ୍ରା ଉତ୍ତରପ୍ରଦେଶର ନଏଡା ସେକ୍ଟର ୧୨୬ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଆଇପିସି ଧାରା ୩୨୩, ୫୦୪ , ୪୨୭ ,୩୨୫ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ବାହାଘରର ମାତ୍ର ଦିନ କେଇଟା ପରେ ବିବେକ ତାଙ୍କ ପତ୍ନୀଙ୍କୁ ନିଯ୍ୟାତନା ଦେଉଥିବା ନେଇ ତାଙ୍କ ଶଳା ଅଭିଯୋଗ କରିଥିଲେ । ଏପରିକି ବିବେକ ବିନ୍ଦ୍ରା ଓ ତାଙ୍କ ପତ୍ନୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରୁ ଏହା ସ୍ପଷ୍ଟ ହେଇନି କି ସେ ବିବେକ ବୋଲି । କିନ୍ତୁ ସୋସିଆଲ ମିଡିଆରେ ସେ ବିବେକ ବିନ୍ଦ୍ରା ବୋଲି ଦାବି କରୁଛନ୍ତି ୟୁଜର୍ସ । ଚଳିତବର୍ଷ ଡିସେମ୍ବର ୬ ତାରିଖରେ ବିବେକ ୟାନିକାଙ୍କୁ ବିବାହ କରିଥିବା ବେଳେ ତାଙ୍କ ବିରୁଧରେ ଡିସେମ୍ବର ୨୪ରେ ଘରୋଇ ହିଂସା ଅଭିଯୋଗ ହୋଇଥିଲା । ଏହା ସହ ତାଙ୍କ ପତ୍ନୀ ୟାନିକା ହସ୍ପିଟାଲରେ ଥିବା ଏବଂ ତାଙ୍କ ଶରୀରରେ ଥିବା ଆଘାତର କାରଣ ବିବେକ ବିନ୍ଦ୍ରା ବୋଲି କହୁଥିବା ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସେପଟେ ବିବେକଙ୍କ ବିରୁଧରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅନ୍ୟତମ ସୋସିଆଲ ମିଡିଆ ଇନଫ୍ଲୁଏନସର ଏବଂ ମୋଟିଭେସନାଲ ସ୍ପିକର ସନ୍ଦୀପ ମାହେଶ୍ୱରୀ । ବଡା ବିଜନେସ ପ୍ରାଇଭେଟ ଲିମିଟେଡ ବିବିପିଏଲର ସିଇଓ ବିବେକ ବିନ୍ଦ୍ରା ବଡ ଧରଣର ସ୍କାମରେ ସମ୍ପୃକ୍ତ ଥିବା ନେଇ ସନ୍ଦୀପ ମାହେଶ୍ୱରୀ ଏବଂ ବିବେକ ବିନ୍ଦ୍ରାଙ୍କ ମଧ୍ୟରେ ଲଢେଇ ଆରମ୍ଭ ହୋଇଯାଇଛି । ତେବେ ଦୁଇ ଦୁଇଟି ସଙ୍ଗୀନ ଅଭିଯୋଗ ପରେ ଏବେ ବିବେକ ବିନ୍ଦ୍ରା ବିବାଦ ଘେରରେ ଫସିଯାଇଥିବା ନଜର ଆସିଛନ୍ତି ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
କୋବି କିଆରୀରେ ବାଘ
- November 16, 2024
ଆଜି ଜାତୀୟ ପ୍ରେସ୍ ଦିବସ….
- November 16, 2024