ଅସୁରଗଡ ମହୋତ୍ସବ ପାଇଁ କମିଟି ଗଠନ

ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମନମୁଣ୍ଡା ଠାରେ ପ୍ରଥମ ପାଇଁ ୱେବ୍ ମିଡିଆ ସଂଘ ବୌଦ୍ଧ ଜିଲ୍ଲା ଆନୁକୁଲ୍ୟରେ ଅସୁରଗଡ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ସରିଥିବା ବେଳେ ଆଜି ଉକ୍ତ ମହୋତ୍ସବ ପାଇଁ ସସସ୍ତ ବିଭାଗର କମିଟି ଗଠନ ହୋଇଥିଲା। ମନମୁଣ୍ଡା ଖେଳ ପଡିଆ ଠାରେ ବୌଦ୍ଧ ଜିଲ୍ଲା ୱେବ୍ ମିଡିଆ ସଂଘ ତତ୍ତ୍ଵାବଧାନରେ ଓ ମନମୁଣ୍ଡା ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ସର୍ବସମ୍ମତି କ୍ରମେ ଆଜି କମିଟି ଗଠନ ଅନୁଷ୍ଠିତ ହୋଇଛି।ଏହି ବୈଠକରେ ଅଶୁରଗଡ ମହୋତ୍ସବ ପାଳନ କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା।ଏହି ମହୋତ୍ସବରେ ଲୋକକଳା , କଲାସଂସ୍କୃତି, ମିନା ବଜାର,ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକୁ ନିମନ୍ତ୍ରଣ କରାଯାଇ ତିନିଦିନ ଧରି ଉତ୍ସବକୁ ପାଳନ କରିବାକୁ ବୈଠକରେ ସ୍ଥିର ହୋଇଥିଲା। ଆସନ୍ତା ଜାନୁଆରୀ ମାସ ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ମହୋତ୍ସବ ପାଳନ କରାଯିବ।

ଉକ୍ତ ବୈଠକରେ ମହୋତ୍ସବର ସଭାପତି ସମାଜସେବୀ ଆଶିଷ ସାହୁ ,ଉପସଭାପତି ସ୍ଵାଧୀନ ମେହେର, ସମ୍ପାଦକ କଣ୍ଟାମାଳ ବ୍ଲକ୍ ଚେୟାର ମେନ୍ ସସ୍ମିତା ସେନାପତି ,ସହ ସମ୍ପାଦକ ଗଣେଶ ଲୋଇ , ୱେବ୍ ମିଡିଆ ସଂଘର ସଭାପତି କୁର ବେହେରା,ଉପଦେଷ୍ଟା କମିଟିର ମୁଖ୍ୟ ସଦସ୍ୟ ଭାବରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଗଲା।ଆଜିର ଉକ୍ତ ବୈଠକରେ ସମାଜ ସେବୀ ଜାନୀ ସେନାପତି,ଓଲିମୂଲ୍ ଇସଲାମ, ସୋମନାଥ ସାହୁ,ବିଷ୍ଣୁ ମେହେର , ଅଜିତ ମେହେର,କୁନୁ ରାଜହଂସ ,ସଞ୍ଜୟ ନାୟକ, ଆସ୍ତିକ ନାୟକ,ଅଞ୍ଜନ କୁମାର ପଟ୍ଟନାୟକ,ସୁରେନ୍ଦ୍ର ସାହୁ ,ଭରତ ସେନାପତି, ରଞ୍ଜିତ ମଲ୍ଲିକ,ରାମେଶ୍ବର ପାତ୍ର,ଗୋପାଳ ମେହେର ,ଅବୁ ଖାନ,ବିଜୟ ଆଚାର୍ଯ୍ୟ ,ପ୍ରଶାନ୍ତ କୁମାର ପ୍ରଧାନ , ଆଶିଷ ଠାକୁର ,ସଞ୍ଜୟ ବାରିକ ହୃଦାନନ୍ଦ ମେହେର, ରବି ପାଣିଗ୍ରାହୀ ,ସିଦ୍ଧେଶ୍ୱର ଗିରି,ଅଭିମନ୍ୟୁ ନାୟକ ,ହରେକୃଷ୍ଣ ନାୟକ,ପଙ୍କଜ ମେହେର ଓ ସ୍ଥାନୀୟ ଜନସାଧାରଣଙ୍କ ସହିତ ଜିଲ୍ଲା ୱେବ୍ ମିଡିଆ ସଂଘର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ ।

author

Related Articles

Leave a Reply

Your email address will not be published. Required fields are marked *