ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଟାଲିଅନ୍

ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଟାଲିଅନ୍

ଶ୍ରୀମନ୍ଦିର ପାଇଁ ଗଠନ ହେବ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ । ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ପରେ ପ୍ରତିଦିନ ପୁରୀକୁ ୫୦ ହଜାର ଭକ୍ତ ଆସୁଛନ୍ତି । ସପ୍ତାହର ଶେଷ ଦିନ ଓ ବିଭିନ୍ନ ପର୍ବପର୍ବାଣୀରେ ଭକ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପୁରୀକୁ ଭକ୍ତଙ୍କ ସମାଗମ ବଢିବ । ଶ୍ରୀମନ୍ଦିର ସୁରକ୍ଷା, ଭିଡ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁବିଧା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ପୁରୀ ଏସପିଙ୍କ ନିୟନ୍ତ୍ରଣ ଓ ନିର୍ଦ୍ଦେଶରେ ଏହି ବାଟାଲିୟନ କାମ କରିବ । ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନରେ ୧୧ ଶହ ୯୦ ଜଣ ସୁରକ୍ଷାକର୍ମୀ ରହିବେ ।

ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ଦେବା ସହ ଭିଡ ନିୟନ୍ତ୍ରଣ ପାଇଁ ବାଟାଲିୟନର ନିୟୋଜିତ ସୁରକ୍ଷା କର୍ମୀଙ୍କୁ ତାଲିମ ଦିଆଯିବ । ସମସ୍ତ ଷ୍ଟେକହୋଲଡରଙ୍କ ସହ ଆଲୋଚନା ପରେ ଫାଇଭ-ଟି ଅଧ୍ୟକ୍ଷ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସିକ୍ୟୁରିଟି ବାଟାଲିୟନ ପାଇଁ ଅନୁମୋଦନ ଦେଇଛନ୍ତି । ସ୍ୱତନ୍ତ୍ର ବାଟାଲିୟନ ହେଲେ ଭିଡରୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *