ଇତିହାସରେ ପ୍ରଥମ ଥର ପାଇଁ ପାକିସ୍ତାନ ନିର୍ବାଚନ ଲଢ଼ିବେ ହିନ୍ଦୁ ମହିଳା

ଇତିହାସରେ ପ୍ରଥମ ଥର ପାଇଁ ପାକିସ୍ତାନ ନିର୍ବାଚନ ଲଢ଼ିବେ ହିନ୍ଦୁ ମହିଳା

ଆସନ୍ତାବର୍ଷ ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ। ପାକିସ୍ତାନର ନିର୍ବାଚନ ଇତିହାସରେ ଯାହା କେବେ ଘଟି ନଥିଲା, ସେକଥା ଏବେ ଘଟିବାକୁ ଯାଉଛି। ପାକିସ୍ତାନର ସାଧାରଣ ନିର୍ବାଚନରେ ପ୍ରଥମଥର ପାଇଁ ଜଣେ ହିନ୍ଦୁ ମହିଳା ଭାଗ ନେଇଛନ୍ତି। ଖାୟବର ପାଖତୁନଖ୍ୱା ବୁନେର ଜିଲ୍ଲାର ଜଣେ ହିନ୍ଦୁ ମହିଳା ନିର୍ବାଚନ ଲଢ଼ିବାକୁ ନାମାଙ୍କନ ଦାଖଲ କରିଛନ୍ତି।


ଏଥିପାଇଁ ଏବେ ଠାରୁ ହିଁ ରାଜନୀତିକ ଦଳଗୁଡ଼ିକ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଏସବୁ ଭିତରେ ସବୀରା ପରକାଶ ବୁନେର ଜିଲ୍ଲାର ପିକେ ୨୫ ପାଇଁ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ହିନ୍ଦୁ ସଂପ୍ରଦାୟର ମହିଳା ପରକାଶ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ରୁ ନିର୍ବାଚନ ଲଢ଼ିବେ। ତାଙ୍କ ବାପା ଓମ ପରକାଶ ୩୫ ବର୍ଷ ହେଲା ପିପିପିର ଜଣେ ସକ୍ରିୟ ସଦସ୍ୟ ଭାବେ କାମ କରୁଛନ୍ତି। ନିକଟରେ ଓମ ପରକାଶ ଡାକ୍ତରୀ ଚାକିରିରୁ ଅବସର ନେଇଥିଲେ। ଏବେ ତାଙ୍କ ଝିଅ ପାକିସ୍ତାନ ସାଧାରଣ ନିର୍ବାଚନରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *