58 ବର୍ଷରେ ପାଦ ରଖିଲେ ଭାଇଜାନ

58 ବର୍ଷରେ ପାଦ ରଖିଲେ ଭାଇଜାନ

ବଲିଉଡ ସୁପରଷ୍ଟାର ସଲମାନଖାନଙ୍କ ଆଜି ଜନ୍ମଦିନ । 58 ବର୍ଷରେ ପାଦ ଥାପିଲେ ଭାଇଜାନ । ତାଙ୍କ ଜନ୍ମଦିନକୁ ସେ ସକାଳୁ ପରିବାର ଲୋକଙ୍କ ସହ ମୁମ୍ୱାଇରେ ପାଳନ କରିଛନ୍ତି । ଗତକାଲି ତାଙ୍କୁ ଦିଲ୍ଲୀର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । ଆଜି ସକାଳୁ ସେ ମୁମ୍ୱାଇ ଆସିଛନ୍ତି । ବ୍ଲାକ ଟି ସାର୍ଟ ଓ ଜିନ୍ସରେ ସଲମାନଙ୍କୁ ଦେଖିବାକୁ ମିଳିଛି । ସଲମାନ ଜଣେ ଅଭିନେତା ସହ ଫିଲ୍ମ ପ୍ରଡ୍ୟୁସର ମଧ୍ୟ । ଦୀର୍ଘ ୩୦ ବର୍ଷ ହେଲା ସେ ବଲିଉଡରେ କାର୍ଯ୍ୟ କରିଆସୁଛନ୍ତି । ଫିଲ୍ମ ପ୍ରଯୋଜକ ଭାବେ ତାଙ୍କୁ ନ୍ୟାସନାଲ ଫିଲ୍ମ ପୁରସ୍କାର, ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି । ୧୯୯୮ରେ ‘ବିବି ହୋ ତେ ଏଇସି’ରେ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୨୦୧୫ରୁ ୨୦୧୮ ମଧ୍ୟରେ ସେ ବିଶ୍ୱର ସବୁଠୁ ଅଧିକ ପାଉଣା ନେଉଥିବା ସେଲିବ୍ରେଟିଙ୍କ ମଧ୍ୟରେ ଗଣାଯାଉଥିଲ ।

author

Related Articles

Leave a Reply

Your email address will not be published. Required fields are marked *