ରାମ ମନ୍ଦିରକୁ ବିଶ୍ୱ ଘଣ୍ଟା ଉପହାର ଦେଲେ ପରିବା ବିକାଳୀ

ରାମ ମନ୍ଦିରକୁ ବିଶ୍ୱ ଘଣ୍ଟା ଉପହାର ଦେଲେ ପରିବା ବିକାଳୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆଉ ଅଳ୍ପ ଦିନ ବାକି ରହିଲା । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ସଜେଇ ହେଉଛି ଅଯୋଧ୍ୟା। ଚଳଚଞ୍ଚଳ ହେଲାଣି ସମଗ୍ର ଅଯୋଧ୍ୟା ନଗରୀ। ନିଜ ପ୍ରିୟ ପ୍ରଭୁଙ୍କୁ ଉପହାର ଦେବା ପାଇଁ ଅନେକ ଲୋକ ଅନେକ କିଛି ପ୍ରସ୍ତୁତ କରୁଛନ୍ତି । କିଏ ୪୦୦ କେଜିର ତାଲା ମନ୍ଦିରର ସୁରକ୍ଷା ପାଇଁ ପ୍ରସ୍ତୁତ କରିଛନ୍ତି ତ ଆଉ କିଏ ୧୦୮ ଫୁଟ ଲମ୍ବର ଧୂପକାଠି ଭେଟି ସ୍ୱରୂପ ଦେଉଛନ୍ତି । ସେହିପରି ସୁରଟର ଜଣେ ହୀରା ବ୍ୟବସାୟୀ ରାମ ମନ୍ଦିର ଥିମର ଏକ ବିଶେଷ ହୀରା ହାର ପ୍ରସ୍ତୁତ କରିଛନ୍ତି । ଏହାରି ମଧ୍ୟରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ଏକ ବିଶ୍ୱ ଘଣ୍ଟା ପ୍ରଦାନ କରିଛନ୍ତି ଲକ୍ଷ୍ନୌର ଜଣେ ପରିବା ବିକାଳୀ ଅନିଲ କୁମାର ସାହୁ। ଏହି ଘଣ୍ଟାର ପେଟେଣ୍ଟ ରହିଥିବା ବେଳେ ଏହା ଏକା ସଙ୍ଗରେ ୯ଟି ଦେଶର ସମୟ ଦେଖାଇ ପାରିବ। ମନ୍ଦିର ପରିସରରେ ଏହି ଘଣ୍ଟାକୁ ଲଗାଯିବ। ରାମ ମନ୍ଦିର ଟ୍ରଷ୍ଟ ସଂପାଦକଙ୍କୁ ଅନିଲ ଏହି ଘଣ୍ଟା ପ୍ରଦାନ କରିଛନ୍ତି। ପୂର୍ବରୁ ସେ ଅଯୋଧ୍ୟାର ହନୁମାନଗଡ଼ି ମନ୍ଦିରକୁ ମଧ୍ୟ ଏଭଳି ଏକ ଘଣ୍ଟା ପ୍ରଦାନ କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *