କର୍ଣ୍ଣାଟକକୁ ଫେରିଲା କ୍ୱାରେଣ୍ଟାଇନ

କର୍ଣ୍ଣାଟକକୁ ଫେରିଲା କ୍ୱାରେଣ୍ଟାଇନ

ପୁଣିଥରେ ସାରା ଦେଶରେ କୋଭିଡ ଅଣାୟତ କରାଇଲାଣି । କର୍ଣ୍ଣାଟକରେ କୋଭିଡ କଟକଣା ଲାଗୁ ହୋଇଗଲାଣି । ଜେଏନ୍.୧ ସବ୍ ଭାରିଏଂଟ ଚିହ୍ନଟ ହେବା ପରେ ମଙ୍ଗଳବାର କୋଭିଡ୍-୧୯ ସଂକ୍ରାନ୍ତ କ୍ୟାବିନେଟ୍ ସବ୍ କମିଟି ବୈଠକ ବସିଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । କରୋନାରେ ସଂକ୍ରମିତ ବ୍ୟକ୍ତି ୭ ଦିନ ପର୍ଯ୍ୟନ୍ତ ଘରୋଇ ସଙ୍ଗରୋଧରେ ରହିବେ । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବେ, ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ । ଘରୋଇ ସଙ୍ଗରୋଧରେ ଥିବା ସରକାରୀ ଓ ବେସରକାରୀ କମ୍ପାନୀର କର୍ମଚାରୀମାନେ ୭ ଦିନ ଛୁଟି ପାଇବେ । କର୍ଣ୍ଣାଟକରେ ଦୈନିକ ପାଖାପାଖି ୫ ହଜାର କୋଭିଡ୍ ଟେଷ୍ଟ କରାଯିବ ବୋଲି ନିଷ୍ପତି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *