ବଦଳିଲା ଅଯୋଧ୍ୟା ରେଲୱେ ଷ୍ଟେସନର ନାଁ

ବଦଳିଲା ଅଯୋଧ୍ୟା ରେଲୱେ ଷ୍ଟେସନର ନାଁ

ବଦଳୁଛି ପୂରା ରାମନଗରୀ ଅଯୋଧ୍ୟାର ରୂପ । ପୁରା ସହରର ନବକଳେବର କରାଯିବା ସହ ଏହାକୁ ପୌରାଣିକ କଥାବସ୍ତୁ ଆଧାରରେ ସଜ୍ଜିତ କରାଯାଉଛି । ଏହା ସହ ଅଯୋଧ୍ୟା ରେଲୱେ ଷ୍ଟେସନର ନାଁ ରେ ମଧ୍ୟ ଏକ ଛୋଟ ପରିବର୍ତ୍ତନ କରାଯାଇଛି । ଅଯୋଧ୍ୟା ଜଙ୍କସନରୁ ଏହାର ନାମକୁ ଅଯୋଧ୍ୟା ଧାମ ଜଙ୍କସନକୁ ବଦଳାଯାଇଛି । ଲୋକଙ୍କ ଆସ୍ଥା ଓ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ନାମ ପରିବର୍ତ୍ତନ ହୋଇଥିବା ଇଣ୍ଡିଆନ୍ ରେଲୱେ କନଫରେନ୍ସ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି । ଏହାର ଆଲଫାବେଟିକ କୋଡ୍ ପୂର୍ବଭଳି ‘AY’ ହିଁ ରହିବ । ଉତ୍ତରପ୍ରଦେଶ ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଅବ୍ୟବହିତ ପୂର୍ବରୁ ଏହି ରେଳ ଷ୍ଟେସନର ନବକଳେବର ହୋଇଛି । ଏହାକୁ ଆସନ୍ତା ୩୦ ତାରିଖରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

author

Related Articles

Leave a Reply

Your email address will not be published. Required fields are marked *