ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ବଢିବାରେ ଲାଗିଛି କରୋନା ଅକ୍ରାନ୍ତଙ୍କ ସଂଖ୍ୟା । ଆଜି ଆଉ ୩ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଦେଶରେ ମଧ୍ୟ ବଢିଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରେ ୨ଜଣ ଓ ଗୁଜରାଟରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ସଂକ୍ରମିତ ମାନଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ଜେଏନ ଡଟ୍ ୱାନ ଭ୍ୟାରିଆଂଟର ୧୦୯ଟି ମାମଲା ଚିହ୍ନଟ ହୋଇଛି । ଯେଉଁ ମାନଙ୍କ ମଧ୍ୟରେ ଗୁଜରାଟରେ ୩୬, କର୍ଣ୍ଣାଟକରେ ୩୪, ଗୋଆରେ ୧୪, କେରଳ ଓ ମହାରାଷ୍ଟ୍ରରେ ୬, ରାଜସ୍ଥାନ ଓ ତାମିଲନାଡୁରେ ୪ ଏବଂ ତେଲେଙ୍ଗାନାରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ଜଣେ ରାଜନେତା ତଥା ଅଭିନେତା କ୍ୟାପ୍ଟେନ ବିଜୟକାନ୍ତଙ୍କ ପରଲୋକ ହୋଇଥିବା ଖବର ରହିଛି ।

author

Related Articles

Leave a Reply

Your email address will not be published. Required fields are marked *