ଓଡିଶା ଆସିବେ କଂଗ୍ରେସର ନୂଆ ପ୍ରଭାରୀ

ଓଡିଶା ଆସିବେ କଂଗ୍ରେସର ନୂଆ ପ୍ରଭାରୀ

କିଛିଦିନ ତଳେ କଂଗ୍ରେସର ନୂଆ ପ୍ରଭାରୀ ହୋଇଛନ୍ତି ଅଜୟ କୁମାର । ତେବେ ନୂଆ ବର୍ଷରେ ଓଡିଶା ଆସିବେ ନୂଆ ପ୍ରଭାରୀ ଅଜୟ କୁମାର । ନୂଆ ପ୍ରଭାରୀଙ୍କୁ ଭେଟିବା ପରେ ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଦିଲ୍ଲୀରେ ତାଙ୍କୁ ଭେଟିଛନ୍ତି ଶରତ ପଟ୍ଟନାୟକ । କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ଦିଲ୍ଲୀରେ ନୂଆ ପ୍ରଭାରୀଙ୍କୁ ଭେଟି ଆଗାମୀ ନିର୍ବାଚନ ନେଇ ଆଲୋଚନା କରିଛନ୍ତି । ଜାନୁୟାରୀ 6ରେ ଅଜୟ କୁମାର ଓଡିଶା ଆସିବେ । ୬, ୭ ଦିନ ଓଡିଶାରେ ରହି କଂଗ୍ରେସର ସବୁ ପ୍ରମୁଖ ନେତାଙ୍କ ସହ ଆଲୋଚନା କରିବେ । ନୂଆ ପ୍ରଭାରୀଙ୍କୁ ରାଜ୍ୟରେ ଜୋରଦାର ସ୍ୱାଗତ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ।

author

Related Articles

Leave a Reply

Your email address will not be published. Required fields are marked *