ଆଜି ନନ୍ଦନକାନନର 64ତମ ପ୍ରତିଷ୍ଠା ଦିବସ

ଆଜି ନନ୍ଦନକାନନର 64ତମ ପ୍ରତିଷ୍ଠା ଦିବସ

64ତମ ପ୍ରତିଷ୍ଠା ଦିବସ ପାଳୁଛି ନନ୍ଦନକାନନ । ପ୍ରତିଷ୍ଠା ଦିବସରେ ବଟନିକାଲ ଗାଡେନରେ ବାଉଁଶ ଉଦ୍ୟାନ ଓ ହାଇଡ୍ରୋଫାଇଟ ଉଦ୍ୟାନ ଲୋକାର୍ପିତ ହେବ । କାସ୍ୱାରି ଓ ଓଟିପକ୍ଷୀଙ୍କୁ ନୂତନ ଖୁଆଡ଼ରେ ଛଡ଼ାଯିବ । ତାହା ସହିତ ନନ୍ଦନକାନନର ବାର୍ଷିକ ପୁସ୍ତିକା, କ୍ୟାଲେଣ୍ଡର, ନନ୍ଦନକାନନ ସଙ୍ଗୀତ, ନନ୍ଦନକାନନ ମନିଟରିଙ୍ଗ ଆପ, ବଟାନିକାଲ ଗାଡେନର ୱେବସାଇଟ, ୬ଟି ବାଘ ଓ ୬ଟି ସିଂହ ଶାବକଙ୍କ ନାମକରଣ କରାଯିବ ଏବଂ କାର୍ଯ୍ୟରତ କିଛି କର୍ମଚାରୀଙ୍କୁ ସମ୍ମାନୀତ କରାଯିବ । ୧୯୬୩ ମସିହାରେ ଉଦ୍ଭିଦ ଉଦ୍ୟାନ ଖୋଲାଯାଇଥିଲା । ୧୯୬୦ ମସିହାରେ କିଛି ଜୀବଜନ୍ତୁଙ୍କୁ ନେଇ ଜନ୍ମ ନେଇଥିବା ନନ୍ଦନକାନନରେ ଏବେ ଅଛନ୍ତି ୨୨୦ ଖୁଆଡରେ ୧୬୩ ପ୍ରଜାତିର ୪ ହଜାର ୧୭୫ ଜୀବଜନ୍ତୁ ।

author

Related Articles

Leave a Reply

Your email address will not be published. Required fields are marked *