ଜେଡିୟୁ ଅଧ୍ୟକ୍ଷ ପଦ ଛାଡ଼ିଲେ ଲଲନ ସିଂ, ପଦ ସମ୍ଭାଳିବେ ନୀତିଶ କୁମାର

ଜେଡିୟୁ ଅଧ୍ୟକ୍ଷ ପଦ ଛାଡ଼ିଲେ ଲଲନ ସିଂ, ପଦ ସମ୍ଭାଳିବେ ନୀତିଶ କୁମାର

ସାଧାରଣ ନିର୍ବାଚନ ପୂର୍ବରୁ ଜେଡିୟୁରେ ବଡ଼ ପରିବର୍ତ୍ତନ । ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡ଼ିଲେ ଲଲନ ସିଂ। ତାଙ୍କ ବଦଳରେ ପାର୍ଟିର କମାଣ୍ଡ ସମ୍ଭାଳିବେ ନୀତୀଶ କୁମାର। ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଜେଡିୟୁର ରାଷ୍ଟ୍ରୀୟ କାର‌୍ୟ୍ୟକାରୀ ବୈଠକରେ ହୋଇଛି ଏପରି ବଡ଼ ପରିବର୍ତ୍ତନ । ଜେଡିୟୁରେ ସବୁ କିଛି ଠିକ୍ ଚାଲି ନ ଥିବା ନେଇ କିଛି ଦିନ ହେବ ଆରମ୍ଭ ହୋଇଥିବା ଚର୍ଚ୍ଚାରେ ବିରାମ ଲାଗିଛି । ପାର୍ଟିର ଜାତୀୟ କାର‌୍ୟ୍ୟକାରିଣୀ ବୈଠକ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି। ଲଲନ ସିଂ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ସେ ନିଜ ପଦ ଛାଡ଼ିଛନ୍ତି। ଅଧ୍ୟକ୍ଷ ପଦ ପାଇଁ ସେ ନିଜେ ହିଁ ନୀତୀଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଥିଲେ। ନୀତୀଶ କୁମାର ଏହି ପ୍ରସ୍ତାବକୁ ସ୍ୱୀକାର କରି ସାରିଛନ୍ତି। ତେବେ ପାର୍ଟିର ରାଷ୍ଟ୍ରୀୟ ପରିଷଦ ବୈଠକରେ ଏହି ପ୍ରସ୍ତାବ ପାରିତ ହେବା ପରେ ସେ ସ୍ୱାଭାବିକ ରୂପେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।

author

Related Articles

Leave a Reply

Your email address will not be published. Required fields are marked *