ମାଗଣାରେ ଚିକିତ୍ସା ପାଇବେ ସାରା ଓଡିଶାବାସୀ

ମାଗଣାରେ ଚିକିତ୍ସା ପାଇବେ ସାରା ଓଡିଶାବାସୀ

ଗ୍ରାମାଞ୍ଚଳବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆଯୋଜନା । ବିଏସକେୱାଇରେ ନବୀନ କାର୍ଡ ଶୁଭାରମ୍ଭ ହୋଇଛି । ବିଏସକେୱାଇ ଯୋଜନାରୁ ବଞ୍ଚିତ ଲୋକଙ୍କ ପାଇଁ ନବୀନ ଆଣିଲେ ଖୁସିଖବର । ଏହି ନୂଆ କାର୍ଡ ଜରିଆରେ ବିଏସକେୱାଇରୁ ବଞ୍ଚିତ ଗ୍ରାମଞ୍ଚଳର ସବୁ ପରିବାର ଏହି ନୂଆ ଯୋଜନାରେ ସାମିଲ ହେବେ । କେବଳ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କୁ ବାଦ୍ ଦେଇ ଗ୍ରାମାଞ୍ଚଳର ଅନ୍ୟ ଲୋକଙ୍କୁ ଏଥିରେ ସାମିଲ କରାଯିବ ।

ଏହି କାର୍ଡ ଜରିଆରେ ଉଭୟ ରାଜ୍ୟ ଓ ରାଜ୍ୟ ବାହାରେ ବିଏସକେୱାଇରେ ପଞ୍ଜିକୃତ ହସ୍ପିଟାଲରେ ଜଟିଳ ରୋଗର ଚିକିତ୍ସା ସୁବିଧା ପାଇପାରିବେ । ଏହି କାର୍ଡ ଦ୍ୱାରା କୌଣସି ପରିବାର ଆର୍ଥିକ ଦୁରାବସ୍ଥା କାରଣରୁ ଜଟିଳ ରୋଗର ଚିକିତ୍ସା ପାଇଁ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । କାରଣ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ଏହାପୂର୍ବରୁ ରାଜ୍ୟରେ ଅର୍ଥ ଅଭାବରୁ ଯେପରି କେହି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ବିଏସକେୱାଇ ଯୋଜନା ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

author

Related Articles

Leave a Reply

Your email address will not be published. Required fields are marked *