ଆସନ୍ତାକାଲି ଅବସର ନେବେ ଡିଜି ସୁନୀଲ ବଂଶଲ

ଆସନ୍ତାକାଲି ଅବସର ନେବେ ଡିଜି ସୁନୀଲ ବଂଶଲ

ଗୋଟିଏ ପଟେ ବର୍ଷ ସରିବ ଆଉ ଗୋଟିଏ ପଟେ ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ । ଆସନ୍ତାକାଲି ସେ ଅବସର ଗ୍ରହଣ କରିବେ । ଏହା ପୂର୍ବରୁ ପରବର୍ତୀ ଡିଜି କିଏ ହେବ ସେ ନେଇ ନାମ ଚୂଡାନ୍ତ ହେବା କଥା । ହେଲେ ଏନେଇ କୌଣସି ବୈଠକ ବସିପାରିନାହିଁ । ବରିଷ୍ଠତା ଦୃଷ୍ଟିରୁ ୟୁପିଏସ୍ସି ଯେଉଁ ତିନି ଜଣ ଅଧିକାରୀଙ୍କ ନାଁ ସୁପାରିସ କରିବା କଥା ତାହା ଏଯାଏଁ ଆସିପାରିନଥିବା କୁହାଯାଉଛି । ତେଣୁ ନୂଆ ବର୍ଷରୁ ନୂଆ ଡିଜିପି ନିଯୁକ୍ତ ହେବା ସମ୍ଭାବନା କମ୍ । ତେଣୁ କାର୍ଯ୍ୟକାରୀ ଡିଜିପି ଭାବେ  ଅରୁଣ ଷଡଙ୍ଗୀଙ୍କୁ ଭାବେ ନିଯୁକ୍ତି ଦିଆଯାଇପାରେ । ଏନେଇ ସରକାର ଆଜି ଘୋଷଣା କରିପାରନ୍ତି ।

author

Related Articles

Leave a Reply

Your email address will not be published. Required fields are marked *