ନୂଆବର୍ଷରେ ଇତିହାସ ରଚିବ ଇସ୍ରୋ; ଲଞ୍ଚ ହେବ ଶକ୍ତିଶାଳୀ ସାଟେଲାଇଟ୍

ନୂଆବର୍ଷରେ ଇତିହାସ ରଚିବ ଇସ୍ରୋ; ଲଞ୍ଚ ହେବ ଶକ୍ତିଶାଳୀ ସାଟେଲାଇଟ୍

ନୂଆବର୍ଷରେ ଆଉ ଏକ ଇତିହାସ ରଚିବାକୁ ଯାଉଛି ଇସ୍ରୋ । ପ୍ରଥମ ଥର ପାଇଁ ଦେଶର ଏମିତି ଏକ ସାଟେଲାଇଟ୍ ଲଞ୍ଚ କରିବାକୁ ଯାଉଛି, ଯାହା ବ୍ରହ୍ମାଣ୍ଡର ଆଉ ଏକ ରହସ୍ୟ ଭେଦିବ । ଏହି ସାଟେଲାଇଟ୍ ବ୍ରହ୍ମାଣ୍ଡର ୫୦ଟି ଉଜ୍ଜ୍ୱଳ ଉତ୍ସର ଅଧ୍ୟୟନ କରିବ । ଯଥା ଆକାଶଗଙ୍ଗା, ରେଡିଏସନ୍, ପଲସର୍ ସମେତ ବ୍ଲାକହୋଲ୍ସ ଆଦିର ଷ୍ଟଡି କରିବ । ତା’ସହ ଏସବୁର ଉତ୍ସ ଗୁଡ଼ିକର ଫଟୋ ଉଠାଇବ । ନୂଆବର୍ଷ ଦିନ ସକାଳ ୯ ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଛଡ଼ାଯିବ XPoSAT ସାଟେଲାଇଟ୍ । ଏଥିରେ ଲାଗିଥିବା ଟେଲିସ୍କୋପ, ରମଣ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ଉପଗ୍ରହକୁ ୬୫୦ କିଲୋମିଟର ଉଚ୍ଚରେ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *