ଜାନୁଆରୀ ୨୨ ରେ ଦୀପାବଳି ପାଳିବାକୁ ମୋଦିଙ୍କ ଆହ୍ୱାନ

ଜାନୁଆରୀ ୨୨ ରେ ଦୀପାବଳି ପାଳିବାକୁ ମୋଦିଙ୍କ ଆହ୍ୱାନ

ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ଅବସରରେ ସାରା ଦେଶବାସୀଙ୍କୁ ଦୀପାବଳି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଅପିଲ୍ କରିଛନ୍ତି । ଭଗବାନ ରାମଙ୍କ ନାଁରେ ଘରେ ଘରେ ଦୀପ ଜାଳିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତିଷ୍ଠା ଉତ୍ସବ ପୂବରୁ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ପହଁଞ୍ଚି ସେଠାରେ ଅଯୋଧ୍ୟା ରେଳଷ୍ଟେସନର ଉଦଘାଟନ କରିବା ସହିତ ଅନ୍ୟ ପ୍ରକଳ୍ପ ଗୁଡିକର ମଧ୍ୟ ଉଦଘାଟନ କରିଥିଲେ । ଏହା ସହ ଏକ ବିଶାଳ ରୋଡ ଶୋ ମଧ୍ୟ କରାଯାଇଥିଲା । ତେବେ ଏହି ଭବ୍ୟ ଉତ୍ସବ ଅବସରରେ ମୋଦୀ ଦେଶବାସୀଙ୍କୁ ଏକ ବିଶେଷ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ସାରା ବିଶ୍ୱ ଉତ୍ସାହ ଉଦ୍ଦୀପନା ସହ ଜାନୁଆରୀ ୨୨ ତାରିଖକୁ ଅପେକ୍ଷା କରିଛନ୍ତି । ସାରା ଦେଶର ଜନସାଧାରଣଙ୍କ ପରି ମୁଁ ମଧ୍ୟ ରାମଭକ୍ତ ଓ ଜାନୁଆରୀ ୨୨କୁ ମୁଁ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା କରିଛି। ଜନୁଆରୀ ୨୨ ତାରିଖ ଦିନ ଯେତେବେଳେ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲା ବିରାଜମାନ କରିବେ ସେତେବଳେ ୧୪୦ କୋଟି ଦେଶବାସୀ ନିଜ ନିଜ ଘରେ ଶ୍ରୀ ରାମ ଜ୍ୟୋତି ଜାଳନ୍ତୁ। ଦୀପାବଳି ପାଳନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।


୨୨ ଜାନୁଆରୀ ସନ୍ଧ୍ୟାରେ ସାରା ଭାରତରେ ଉଜ୍ଜ୍ୱଳ ହେବା ଉଚିତ୍। ସେହିଦିନ ସମସ୍ତେ ଅଯୋଧ୍ୟାକୁ ଆସିବା ସମ୍ଭବ ନୁହେଁ। ଅଯୋଧ୍ୟାରେ ପହଞ୍ଚିବା ସମସ୍ତଙ୍କ ପାଇଁ ବହୁତ କଷ୍ଟକର। ଏଥିପାଇଁ ସମସ୍ତ ରାମ ଭକ୍ତଙ୍କୁ ହାତ ଯୋଡି ୨୨ଜାନୁଆରୀ ଅର୍ଥାତ୍ ୨୩ ଜାନୁଆରୀ ପରେ ଆନୁଷ୍ଠାନିକ କାର‌୍ୟ୍ୟକ୍ରମ ସରିବା ପରେ ଅଯୋଧ୍ୟାକୁ ଆସିବାକୁ ଅନୁରୋଧ କରାଯାଇଛି। ୨୨ ଜାନୁଆରୀ ଦିନ ଅଯୋଧ୍ୟାକୁ ଆସିବାକୁ ମନସ୍ଥ କରନ୍ତୁ ନାହିଁ। ଆମେ ରାମ ଭକ୍ତମାନେ ପ୍ରଭୁ ରାମଙ୍କୁ କଦାପି ଅସୁବିଧାରେ ପକାଇ ପାରିବା ନାହିଁ। ୫୫୦ ବର୍ଷ ଅପେକ୍ଷା କରିଛନ୍ତି। ଆଉ କିଛି ଦିନ ଅପେକ୍ଷା କର ବୋଲି ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।
କେବଳ ସେତିକି ନୁହେଁ ପ୍ରଧନାମନ୍ତ୍ରୀ ମୋଦି ଅଯୋଧ୍ୟାକୁ ସବୁଠାରୁ ସ୍ୱଚ୍ଛ ସହର କରିବାକୁ ଅପିଲ କରିଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି। ମାକର ସଂକ୍ରାନ୍ତି ଦିନଠାରୁ ଦେଶର ସମସ୍ତ ଛୋଟ ବଡ ତୀର୍ଥସ୍ଥାନରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯିବ। ଏହି ଅଭିଯାନ ଜାନୁଆରୀ ୧୪ରୁ ଜାନୁୟାରୀ ୨୨ପର‌୍ୟ୍ୟନ୍ତ ଚାଲିବ। ପ୍ରଭୁ ରାମ ସମସ୍ତଙ୍କର। ତେଣୁ ଦେଶର ସମସ୍ତ ତୀର୍ଥସ୍ଥାନ ସଫା ରହିବା ଉଚିତ୍।

author

Related Articles

Leave a Reply

Your email address will not be published. Required fields are marked *