ଆଜି ଥିଲା ମୋଦିଙ୍କର ବର୍ଷର ଶେଷ ‘ମନ୍ କି ବାତ୍’

ଆଜି ଥିଲା ମୋଦିଙ୍କର ବର୍ଷର ଶେଷ ‘ମନ୍ କି ବାତ୍’

ଆଜି ଥିଲା ମୋଦିଙ୍କର ବର୍ଷର ଶେଷ ‘ମନ୍ କି ବାତ୍’ । ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଦେଶବାସୀଙ୍କୁ ୨୦୨୪ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ନୂଆବର୍ଷରେ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ସହ ସଫଳତା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।


ସେହିପରି ମୋଦି ୨୦୨୩ରେ ସଫଳତା ବଖାଣିଛନ୍ତି। ଚଳିତ ବର୍ଷ ଅନେକ ସଫଳତା ମିଳିଛି। ୨୪ରେ ବି ଏହାକୁ ବଜାୟ ରଖିବା ବୋଲି ସେ କହିଛନ୍ତି। ପ୍ରତ୍ୟେକ ଭାରତୀୟ ଭୋକାଲ ଫର୍ ଲୋକାଲକୁ ଗୁରୁତ୍ୱ ଦେଉଛନ୍ତି। ଭାରତକୁ ନେଇ ସବୁଆଡେ ଆଶା ଓ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ଭାରତର ସଫଳତା ହେଉଛି ଦେଶବାସୀଙ୍କ ସଫଳତା। ଦେଶର ବିକାଶ ପାଇଁ ଆମକୁ ନିରନ୍ତର କାମ କରିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭାରତ ଏବେ ନୂଆ ଉଦ୍ଭାବନର ହବ ପାଲଟିଥିବା ବେଳେ ପ୍ରତ୍ୟେକ ଭାରତୀୟଙ୍କର ଏଥିରେ ଭାଗିଦାରୀ ରହିଛି। ୨୦୧୫ ମସିହାରେ ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସରେ ଭାରତ ୮୦ତମ ସ୍ଥାନରେ ରହିଥିବା ବେଳେ ଏବେ ୪୦ତମ ସ୍ଥାନରେ ରହିଛି। ଚନ୍ଦ୍ରଯାନ-୩କୁ ନେଇ ଏବେ ବି ବିଭିନ୍ନ ଆଡୁ ଶୁଭେଚ୍ଛା ମିଳୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

author

Related Articles

Leave a Reply

Your email address will not be published. Required fields are marked *