ଆଜି ୨୦୨୪ ର ପ୍ରଥମ ଦିନ । ଏହି ଅବସରରେ ଦେଶକୁ ଏକ ବଡ ଉପହାର ଦେଇଛି ଇସ୍ରୋ । ନୂତନବର୍ଷ ଆରମ୍ଭରୁ ହିଁ ଇସ୍ରୋ ଆରମ୍ଭ କରିଦେଇଛି ଏବର୍ଷର ପ୍ରଥମ ମିଶନ । ଆଜି ସକାଳ ୯ ‘ଟା ୧୦ ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ କରାଯାଇଛି ଭାରତର ପ୍ରଥମ ପୋଲାରିମୋଟ୍ରି ମିଶନ୍ ଏକ୍ସପୋସାଟ୍ । ଏହି ସାଟେଲାଇଟ୍ ପୃଥିବୀ ଚାରିପଟେ ବୁଲି ବୁଲି ବିଶ୍ୱ ବ୍ରହ୍ମାଣ୍ଡର ରହସ୍ୟ ଭେଦିବାକ ଚେଷ୍ଟା କରିବ ।ି ଏହି ଏକ୍ସପୋସାଟ ସାଟେଲାଇଟ୍ ବ୍ଲାକହୋଲ, ନ୍ୟୁଟ୍ରନ ଷ୍ଟାର, ଆଦି ବ୍ରହ୍ମାଣ୍ଡର ୫୦ଟି ଉଜ୍ଜ୍ୱଳ ଉତ୍ସର ଅଧ୍ୟୟନ କରିବ । ଆକାଶଗଙ୍ଗା, ରେଡିଏସନ, ପଲସର ସମେତ ବ୍ଲାକହୋଲ୍ସ ର ଷ୍ଟଡି କରିବ ଏହି ସାଟେଲାଇଟ୍ । ଏହାସହ ଏହି ସବୁ ଉତ୍ସ ଗୁଡିକର ଫଟୋ ମଧ୍ୟ ଉଠାଇବ ଏହି ସାଟେଲାଇଟ । ଏହି ମିଶନ ପାଇଁ ୨୦୧୭ ମସିହାରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଆଜି ଏକ୍ସପୋସାଟ୍ର ଉତ୍କ୍ଷେପଣ ପୂର୍ବରୁ ତିରୁପତି ସ୍ଥିତ ଶ୍ରୀ ଚେଙ୍ଗଲ୍ଲାମ୍ମା ପରମେଶ୍ୱରୀ ଅମ୍ମା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ।
You can share this post!
author