ବିଜେପିରେ ମିଶିବେ ମନ୍ମଥ ରାଉତରାୟ !

ବିଜେପିରେ ମିଶିବେ ମନ୍ମଥ ରାଉତରାୟ !

କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା । କଂଗ୍ରେସ ଛାଡି ଅନ୍ୟଦଳରୁ ଲଢିବେ ସୁରଙ୍କ ପୁଅ । କହିଲେ ଖୁବଶୀଘ୍ର ରାଜନୀତିରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବେ । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ । ନିଜେ ସୁର ତାଙ୍କ ପୁଅ ମନ୍ମଥଙ୍କୁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘାୱାଲଙ୍କ ସହ ସାକ୍ଷାତ କରାଇଥିଲେ । କରିଛନ୍ତି । ତେବେ କେଉଁ ଦଳକୁ ଯିବେ ସେନେଇ ଖୁବଶିଘ୍ର ସେ ଘୋଷଣା କରିବେ ବୋଲି କହିଛନ୍ତି । କିନ୍ତୁ କଥାରେ କଥାରେ ବିଜେପିକୁ ପ୍ରସଂଶା କରିଛନ୍ତି ମନ୍ମଥ । ତେଣୁ କୁହାଯାଉଛି କି ବିଜେପିରେ ମିଶିପାରନ୍ତି ମନ୍ମଥ ।

author

Related Articles

Leave a Reply

Your email address will not be published. Required fields are marked *