କଲବଲ କରୁଛି ଘନ କୁହୁଡି । ରାଜ୍ୟରେ ଶୀତ ସାମାନ୍ୟ କମିଥିଲେ ବି ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି। ଫଳରେ ଲୋକେ କଲବଲ ହେଉଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହେଉଛି। ଆଜି ପାଇଁ ୧୧ଟି ଜିଲ୍ଲାକୁ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଅନୁଗୁଳ, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି। ଏପରିକି ୫୦ ମିଟର ପର୍ୟ୍ୟନ୍ତ ଖସିଯାଇପାରେ ଭିଜିବିଲିଟି। ସେହିପରି ଆସନ୍ତା ୫ ଏବଂ ୬ ତାରିଖ ଆଡ଼କୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପୁଣି ବଦଳିଲା ବିଜେଡିର ରଣନୀତି
- September 28, 2024