ଇଡି ସମନକୁ ପ୍ରତ୍ୟାଖ୍ୟାନ କଲେ ଅରବିନ୍ଦ କେଜ୍ରିୱାଲ

ଇଡି ସମନକୁ ପ୍ରତ୍ୟାଖ୍ୟାନ କଲେ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ଅର୍ଥାତ୍ ଜାନୁଆରି ୩ ତାରିଖରେ ତୃତୀୟ ଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଇଡି ସମନ କରିଛି ।  କିନ୍ତୁ ଇଡି ନିକଟରେ ହାଜର ହେବେନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡିକୁ ଜବାବ ପଠାଇଛନ୍ତି ଯେ ସେ ଆଜି ଇଡି କାର୍ଯ୍ୟାଳୟକୁ ଯିବେ ନାହିଁ କି ପଚରାଉଚରାରେ ଯୋଗ ଦେବେ ନାହିଁ । ଆମ ଆଦମୀ ପାର୍ଟି ଏ ନେଇ ସୂଚନା ଦେଇଛି । ଇଡିର ତୃତୀୟ ସମନ୍ ଉପରେ ଆମ୍ ଆଦମୀ ପାର୍ଟି କହିଛି ଯେ, ଅରବିନ୍ଦ କେଜ୍ରିୱାଲ ଇଡି ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଇଡିର ନୋଟିସ୍ ବେଆଇନ। ଆପ୍ ପ୍ରଶ୍ନ ଉଠାଇଛି ଯେ ନିର୍ବାଚନ ପୂର୍ବରୁ କାହିଁକି ଏହି ନୋଟିସ୍ ଜାରି କରାଗଲା?

author

Related Articles

Leave a Reply

Your email address will not be published. Required fields are marked *