ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍‌

ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍‌

ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ ଆସିଲା ବଡ଼ ରାୟ। ଆଦାନୀ ଗ୍ରୁପକୁ ସେବି ତଦନ୍ତରେ ମିଳିଛି କ୍ଲିନ୍ ଚିଟ୍। ସେବି(SIT)ର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସେବିର ତଦନ୍ତରେ କୌଣସି ତ୍ରୁଟି ନାହିଁ ବୋଲି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି କହିଛନ୍ତି।
ସେହିପରି ଏହି ମାମଲରେ ଏସ୍ଆଇଟି ତଦନ୍ତକୁ ମନା କରିଦେଇଛନ୍ତି କୋର୍ଟ। ତଦନ୍ତକୁ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ ବା ସେବି ଠାରୁ ସ୍ପେସାଲ୍ ଇନଭେଷ୍ଟିଗେସନ୍ ଟିମ୍ (SIT)କୁ ନେବାର କୌଣସି କାରଣ ନାହିଁ। ନିୟମ ଅନୁଯାୟୀ ସେବି ତଦନ୍ତ କରିଛି। ସେବିର ତଦନ୍ତ ଉପଯୁକ୍ତ।

author

Related Articles

Leave a Reply

Your email address will not be published. Required fields are marked *