ଡ୍ରାଇଭରକୁ ର୍ଦୁବ୍ୟବହାର ପାଇଁ ପଦରୁ ହଟିଲେ ଜିଲ୍ଲାପାଳ

ଡ୍ରାଇଭରକୁ ର୍ଦୁବ୍ୟବହାର ପାଇଁ ପଦରୁ ହଟିଲେ ଜିଲ୍ଲାପାଳ

ଡ୍ରାଇଭର ପାଇଁ ଜିଲ୍ଲାପାଳ ପଦରୁ ହଟିଲେ କିଶୋର କନ୍ୟାଲ । ମଧ୍ୟପ୍ରଦେଶ ସାଜାପୁର ଟ୍ରକ ଡ୍ରାଇଭରଙ୍କ ସହିତ ଜଡିତ ଏକ ଘଚଣାକୁ ନେଇ ସେଠାକାର ସରକାର ନେଲେ କଠୋର ନିଷ୍ପତ୍ତି । ମିଟିଙ୍ଗରେ ଜଣେ ଡ୍ରାଇଭରଙ୍କୁ ତାଙ୍କ ଔକାତ୍ ପଚାରିଲେ ବୋଲି ଜିଲ୍ଲାପାଳ ପଦରୁ ହଟାଇଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ୍ ଯାଦବ । ତାଙ୍କ ସରକାର ଗରୀବଙ୍କ ସରକାର । ତେଣୁ ତାଙ୍କ ରାଜ୍ୟରେ ସମସ୍ତଙ୍କୁ ସମାନ ସମ୍ମାନ ମିଳିବା ଦରକାର । ଜିଲ୍ଲାପାଳଙ୍କ ଅଶାଳୀନ ବାକ୍ୟ ବ୍ୟବହାର ସେ କେବେବି ବରଦାସ୍ତ କରିବେ ନାହିଁ । ତେଣୁ ଅଧିକାରୀ ସାଧାରଣ ଜନତାଙ୍କ ସମସ୍ୟା ବାଝିବା ବେଳେ ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ ବୋଲି ଜିଲ୍ଲାପାଳ କିଶୋର କନ୍ୟାଲଙ୍କୁ ଚେତାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ ।

author

Related Articles

Leave a Reply

Your email address will not be published. Required fields are marked *