ରାମଲାଲାଙ୍କ ପାଇଁ ୧ କୋଟି ଟଙ୍କାର ପାଦୁକା ଭେଟି, ଓଜନ ପ୍ରାୟ ୧୨.୫ କେଜି

ରାମଲାଲାଙ୍କ ପାଇଁ ୧ କୋଟି ଟଙ୍କାର ପାଦୁକା ଭେଟି, ଓଜନ ପ୍ରାୟ ୧୨.୫ କେଜି

ଆଉ ମାତ୍ର କିଛି ଦିନର ଅପେକ୍ଷା । ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସବୁଠି ଉତ୍ସାହ ଉଦ୍ଦୀପନା ଜାରି ରହିଛି । ନିଜ ପ୍ରିୟ ପ୍ରଭୁଙ୍କୁ ଭେଟି ଦେବା ପାଇଁ ବିଭିନ୍ନ ପ୍ରାନ୍ତରୁ କିଛି ନା କିଛି ପ୍ରଭୁ ରାମଙ୍କ ପାଇଁ ଉପହାର ଆସୁଛି । ଏହି ଅବସରରେ ତେଲେଙ୍ଗାନା ହାଇଦ୍ରାବାଦର ଏକ ଅନୁଷ୍ଠାନ ଅଯୋଧ୍ୟା ଭାଗ୍ୟନଗର ସୀତରାମ ଫାଉଣ୍ଡେସନ୍ ଭଗବାନ ଶ୍ରୀରାମଙ୍କୁ ୧ କୋଟି ଟଙ୍କାର ଏକ ପାଦୁକା ଭେଟି ଦେବାକୁ ଯାଉଛନ୍ତି । ପ୍ରଭୁ ଶ୍ରୀରାମଙ୍କ ପାଦୁକାର ଗୋଟିଏ ଯୋଡି ବର୍ତମାନ ଅଯୋଧ୍ୟାରେ ପହଞ୍ଚିସାରିଛି । ଆଉ ଦ୍ୱିତୀୟ ଯୋଡିକୁ ଭକ୍ତଙ୍କ ସାହାଯ୍ୟରେ ଅଯୋଧ୍ୟା ପଠାଯାଉଛି । ଏହି ପାଦୁକାର ଲମ୍ବ ୧୨.୫ ଇଞ୍ଚ ହେଇଥିବାବେଳେ, ଏହାର ଓସାର ହେଉଛି ୫.୫ ଇଞ୍ଚ । ସେହିବଳି ଏହା ୧ ଇଞ୍ଚ ମୋଟା ହେଇଥିବାବେଳେ, ମୋଟ ଉପରେ ଏହାର ଓଜନ ୧୨.୫ କେଜି । ସୁନ, ରୂପା, ତମ୍ବା ଏବଂ ପିତ୍ତଳରେ ଏହି ପାଦୁକାକୁ ନିର୍ମାଣ କରାଯାଇଛି । ଏହି ପାଦୁକାର ନିର୍ମାଣ ଅଯୋଧ୍ୟା ଭାଗ୍ୟନଗର ସୀତାରାମ ଫାଉଣ୍ଡେସନର ସଂସ୍ଥାପକ ତଥା ନିର୍ଦ୍ଦେଶକ ଶ୍ରୀନିବାସ ଶାସ୍ତ୍ରୀ କରିଛନ୍ତି । ତାଙ୍କ କହିବା ମୁତାବକ, ଏହାକୁ ନିର୍ମାଣ କରିବାକୁ ୨୫ ଦିନ ଲାଗିଛି । ଏହାକୁ ଭଗବାନ ଶ୍ରୀରାମଙ୍କ ପାଖରେ ଭେଟି ଦିଆଯିବ । ଆସନ୍ତା ଜାନୁଆରୀ ୧୦ରୁ ୧୫ ଭିତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏହି ପାଦୁକା ପ୍ରଦାନ କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *