ବାୟୁପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଓଡିଶା

ବାୟୁପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଓଡିଶା

ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଟପିଲା ଓଡିଶାର ବାୟୁ ପ୍ରଦୂଷଣ । କଟକ,ଭୁବନେଶ୍ୱର, ବାଲେଶ୍ୱର ଓ ଅନୁଗୁଳରେ ସ୍ଥିତି ସଙ୍ଗୀନ । ଗତକାଲିର ବାୟୁ ପ୍ରଦୂଷଣ ମାନ ସୂଚକାଙ୍କରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁ ପ୍ରଦୂଷଣ ମାନ ସୂଚକାଙ୍କ ୩୪୧ଥିବା ବେଳେ ଅନୁଗୁଳରେ ୩୫୪ । ସେହିପରି ବାଲେଶ୍ୱରରେ ଏକ୍ୟୁଆଇ ୩୧୨, କଟକରେ ୩୦୩ ରହିଥିବା ବେଳେ ଭୁବନେଶ୍ୱରରେ ଏହା ୨୮୮ ରହିଛି । ଗତ ଦୀପାବଳି ସମୟରେ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ଥିତିରେ ପହଂଚିଥିଲା । ଏବେ ଶୀତ ଦିନରେ ଏତେ ମାତ୍ରାରେ ପ୍ରଦୂଷଣ ବଢ଼ିବା ଚିନ୍ତା ବଢ଼ାଇଛି ।

author

Related Articles

Leave a Reply

Your email address will not be published. Required fields are marked *