ଭାରତର ମିଶନ ସୂର୍ଯ୍ୟକୁ ମିଳିଲା ବିରାଟ ସଫଳତା

ଭାରତର ମିଶନ ସୂର୍ଯ୍ୟକୁ ମିଳିଲା ବିରାଟ ସଫଳତା

ଭାରତର ମିଶନ ସୂର୍ଯ୍ୟକୁ ମିଳିଲା ବିରାଟ ସଫଳତା । ସୂର‌୍ୟ୍ୟର ଏଲ ୧ ପଏଣ୍ଟରେ ପହଞ୍ଚିଲା ଭାରତୀୟ ସାଟେଲାଇଟ୍ ଆଦିତ୍ୟ ଏଲ ୧ । ଏବେ ଏହି ସାଟେଲାଇଟ୍ ପୃଥିବୀଠାରୁ ଦେଢ ଲକ୍ଷ କିଲୋମିଟର ଦୂରରେ ରହିଛି । ଆଦିତ୍ୟ ଏଲ ୧ର ଯାତ୍ରା ସେପ୍ଟେମ୍ବର ୨ ତାରିଖ ୨୦୨୩ରେ ଆରମ୍ଭ ହେଇଥିଲା । ଏହାର ୫ ମାସ ପରେ ଜାନୁଆରୀ ୬ ତାରିଖରେ ଏହା ଏଲ ୧ ପଏଣ୍ଟରେ ପହଞ୍ଚିଛି । ଏହି ହେଲୋ ଅର୍ବିଟରେ ସୂର‌୍ୟ୍ୟକୁ ପ୍ରଦକ୍ଷିଣ କରିବ ଆଦିତ୍ୟ ଏଲ ୧ । ସେଠାରେ ଏହା ୫ ବର୍ଷ ଧରି କାମ କରିବ । ତେବେ ଇସ୍ରୋର ଏହି ସଫଳତା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ନିଜ ଏକ୍ସ ହ୍ୟାଣ୍ଡଲରେ ପୋଷ୍ଟ କରି ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା କହିଛନ୍ତି ମୋଦି। ଏଥିସହ ଭାରତୀୟ ବୈଜ୍ଞାନିକମାନଙ୍କୁ ସେ ପ୍ରଶଂସା ମଧ୍ୟ କରିଛନ୍ତି। ଖ୧ ପଏଣ୍ଟରେ ପୃଥିବୀ ଓ ସୂର‌୍ୟ୍ୟର ଚୁମ୍ବକୀୟ ଶକ୍ତି ସମାନ ପ୍ରଭାବ ପକାଉଥିବାରୁ, ଏହା ଚାରିପଟେ ଆଦିତ୍ୟ ଖ୧ ପରିକ୍ରମା କରି ସୂର‌୍ୟ୍ୟ ଉପରେ ୨୪ ଘଣ୍ଟା ନଜର ରଖିପାରିବ ଏବଂ ନୂଆ ନୂଆ ତଥ୍ୟ ସଂଗ୍ରହ କରିପାରିବ। ଭାରତର ପ୍ରଥମ ସୂର‌୍ୟ୍ୟ ଅଭିଯାନ ଆଦିତ୍ୟ ଖ୧ ଗତବର୍ଷ ସେପ୍ଟେମ୍ବର ୨ରେ ଲଞ୍ଚ ହୋଇଥିଲା । ଯାତ୍ରା ବେଳର ଏହି ୪ ମାସ ଭିତରେ ଏହା ସୂର‌୍ୟ୍ୟର ସମ୍ପୂର୍ଣ୍ଣ ଫଟୋ ଉଠାଇବା ସହିତ ବିଭିନ୍ନ ତଥ୍ୟ ସଂଗ୍ରହ କରି ପଠାଇବାରେ ସଫଳ ହୋଇଛି।

author

Related Articles

Leave a Reply

Your email address will not be published. Required fields are marked *