ରାଜ୍ୟ ବାର୍ କାଉନସିଲ ଅଧ୍ୟକ୍ଷ ହେଲେ ସୀତାଂଶୁ ମୋହନ ଦ୍ୱିବେଦୀ

ରାଜ୍ୟ ବାର୍ କାଉନସିଲ ଅଧ୍ୟକ୍ଷ ହେଲେ ସୀତାଂଶୁ ମୋହନ ଦ୍ୱିବେଦୀ

ରାଜ୍ୟ ବାର୍ କାଉନସିଲ ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ସୀତାଂଶୁ ମୋହନ ଦ୍ୱିବେଦୀ। ବାର୍ କାଉନସିଲର ଉପାଧ୍ୟକ୍ଷ ଭାବେ ରାଜୀବ କୁମାର ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟ ବାର୍ କାଉନସିଲ୍ ନିର୍ବାଚନ ଫଳାଫଳ ଆସିବା ପରେ ବାର କାଉନସିଲ ସଦସ୍ୟମାନେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଦିନରେ ଆଇନଜୀବୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି କିପରି ସମାଧାନ କରାଯିବ ସେ ନେଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ନବ ନିର୍ବାଚିତ ଅଧ୍ୟକ୍ଷ କହିଛନ୍ତି। ବିଶେଷ କରି ଆଇନଜୀବୀ ଏକାଡେମୀ, ଆଇନଜୀବୀ ବୀମା ରାଶି ୧୦ କୋଟି ଟଙ୍କାରୁ ୨୦ କୋଟିକୁ ବୃଦ୍ଧି, ପେନସନ ସ୍କିମ, ଷ୍ଟାଇପେଣ୍ଡ ବୃଦ୍ଧି ଆଦି ବାବଦରେ ସରକାରଙ୍କ ସହ ଆଲୋଚନା କରି ଦାବି ଉପସ୍ଥାପନ କରାଯିବ ବୋଲି ନବ ନିର୍ବାଚନତ ଅଧ୍ୟକ୍ଷ କହିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *