ପଞ୍ଚମ ଥର ପାଇଁ ବାଂଲାଦେଶ ଗାଦି ସମ୍ଭାଳିବେ ଶେଖ୍ ହସିନା

ପଞ୍ଚମ ଥର ପାଇଁ ବାଂଲାଦେଶ ଗାଦି ସମ୍ଭାଳିବେ ଶେଖ୍ ହସିନା

ପଞ୍ଚମ ଥର ପାଇଁ ବାଜି ମାରି ନେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ଲଗାତାର ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ଗାଦିରେ ବସିବେ ୭୬ ବର୍ଷ ବୟସ୍କା ହାସିନା ୱାଜେଦ ୱାଜେଦ। ଗତକାଲିର ସାଧାରଣ ନିର୍ବାଚନରେ ପ୍ରାୟ ୪୦% ମତଦାନ ହୋଇଥିବା ବେଳେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି ଶେଖ ହସିନାଙ୍କ ପାର୍ଟି ଆୱାମୀ ଲିଗ୍। ବାଂଲାଦେଶ ନିର୍ବାଚନ ଆୟୋଗ ଗତକାଲି ବିଳମ୍ବିତ ରାତିରେ ଘୋଷଣା କରିବା ପରେ ହସିନାଙ୍କ ପଞ୍ଚମ ପାଳି ପଥ ପରିଷ୍କାର ହୋଇ ଯାଇଛି।

ଗୋପାଳଗଞ୍ଜ -୩ ନିର୍ବାଚନମଣ୍ଡଳୀରୁ ଅଷ୍ଟମ ଥର ପାଇଁ ଆୱାମୀ ଲିଗ ମୁଖ୍ୟ ଶେଖ ହସିନା ସଂସଦକୁ ନିର୍ବାଚିତ ହୋଇଛନ୍ତି। ବାଂଲାଦେଶରେ ହିଂସାତ୍ମକ ଘଟଣା ତଥା ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନପି) ଦ୍ୱାରା ନିର୍ବାଚନକୁ ବହିଷ୍କାର କରାଯିବା ସତ୍ତ୍ୱେ ଗତକାଲି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ନିବାଚନ ଜିତିବା ପରେ ଭାରତକୁ ଭୁରି ଭୁରି ପ୍ରସଂଶା କରିଛନ୍ତି ହାସିନା । କହିଛନ୍ତି, ଭାରତ ହେଉଛି ଭରସାଯୋଗ୍ୟ ବନ୍ଧୁ । ଭାରତ ଭଳି ବନ୍ଧୁ ପାଇ ବାଂଲାଦେଶ ଭାଗ୍ୟବାନ୍ । ୭୬ ବର୍ଷିୟ ଶେଖ୍ ହାସିନା ୨୦୦୯ରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଆସୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *