ସୁପରଷ୍ଟାର ସଲମନଙ୍କୁ ହତ୍ୟାଧମକ, ଜୋରଜବରଦସ୍ତି 2 ସନ୍ଦିଗ୍ଧଙ୍କ ଫାର୍ମ ହାଉସରେ ପ୍ରବେଶ

ସୁପରଷ୍ଟାର ସଲମନଙ୍କୁ ହତ୍ୟାଧମକ, ଜୋରଜବରଦସ୍ତି 2 ସନ୍ଦିଗ୍ଧଙ୍କ ଫାର୍ମ ହାଉସରେ ପ୍ରବେଶ

ବଲିଉଡ ସୁପରଷ୍ଟାର ସଲମନଖାନଙ୍କୁ ପୂର୍ବ ବର୍ଷ ହତ୍ୟା ଧମକ ମିଳିଥିଲା । ଯାହାଫଳରେ ସଲମନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ତାଙ୍କୁ ଜେଡ ପ୍ଲସ ସିକ୍ୟୁରିଟି ସୁରକ୍ଷା ମଧ୍ୟ ଦିଆଯାଇଥିଲା । କିନ୍ତୁ ୟା ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର । ସଲମାନଙ୍କ ପନବେଲ ସ୍ଥିତ ଫାର୍ମ ହାଉସରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀ ପ୍ରବେଶ କରିଛନ୍ତି । ସେମାନେ ଜୋର ଜବରଦସ୍ତ ଫାର୍ମ ହାଉସରେ ପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇ ଥିଲେ । ଏହାପରେ ସ୍ଥାନୀୟ ପୋଲିସକୁ ଖବର ଦେଇ ୨ ସନ୍ଦିଗ୍ଧଙ୍କୁ ପୋଲିସର ଜିମା ଦେଇଛନ୍ତି । ତଦନ୍ତ ବେଳେ ସନ୍ଦିଗ୍ଧ ଦୁହେଁ ନିଜକୁ ସଲମନଙ୍କ ପ୍ରଂଶସକ ବୋଲି ପରିଚୟ ଦେଇଛନ୍ତି । ଅନ୍ୟପଟେ ତାଙ୍କଠାରୁ ନକଲି ପାସ ଓ ପରିଚୟ ପତ୍ର ଜବତ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *