ହ୍ୱାଇଟ ହାଉସ ଗେଟକୁ ଧକ୍କା ଦେଲା କାର

ହ୍ୱାଇଟ ହାଉସ ଗେଟକୁ ଧକ୍କା ଦେଲା କାର

ଆମେରିକା ରାଷ୍ଟ୍ରପତି ଜିଓ ବାଇଡେନଙ୍କୁ ଗୋଟିଏ ପରେ ଗୋଟିଏ ଝଟକା । ପ୍ରଥମେ ତାଙ୍କ କାରକୁ ଧକ୍କା ଏବେ ହ୍ୱାଇଟ ହାଉସର ଗେଟକୁ ଧକ୍କା ଦେଇଛି କାର । ହ୍ୱାଇଟ ହାଉସ ସୁରକ୍ଷାରେ ତ୍ରୁଟି । ହ୍ୱାଇଟ ହାଉସ କମ୍ଲେକ୍ସର ଗେଟକୁ କାର ଧକ୍କା ଦେଇଛି । ସେହି ଗାଡିର ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ସୋମବାର ସନ୍ଧ୍ୟା ୬ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଏହି ସମୟରେ ଆମେରିକା ରାଷ୍ଟ୍ରପତି ହ୍ୱାଇଟ୍ ହାଉସରେ ନଥିଲେ । ହ୍ୱାଇଟ୍ ହାଉସକୁ ବିଶ୍ୱର ସବୁଠୁ ସୁରକ୍ଷିତ ସ୍ଥାନ ବୋଲି କୁହାଯାଏ । ଏଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ତେବେ ଏସବୁ ଭିତରେ କିପରି ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହେଲା ତାହାକୁ ନେଇ ପ୍ରଶ୍ନ ଉଠୁଛି ।

author

Related Articles

Leave a Reply

Your email address will not be published. Required fields are marked *