ଧର୍ମେନ୍ଦ୍ରଙ୍କ ପ୍ରଶ୍ନର କଡା ଜବାବ ଦେଲେ ଭିକେ ପାଣ୍ଡିଆନ

ଧର୍ମେନ୍ଦ୍ରଙ୍କ ପ୍ରଶ୍ନର କଡା ଜବାବ ଦେଲେ ଭିକେ ପାଣ୍ଡିଆନ

ଗୋଟିଏ ପରେ ଗୋଟିଏ ସମାଲୋଚନାର ଶିକାର ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁଣିଥରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛନ୍ତି 5t ଅଧକ୍ଷ ଭିକେ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଶ୍ନର କଡା ଜବାବ ଦେଇଛନ୍ତି ଭିକେ ପାଣ୍ଡିଆନ । କିଛି ଦିନ ପୂର୍ବରୁ ସମ୍ବଲପୁର ଗସ୍ତ ସମୟରେ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନଥିବା ନେଇ ବର୍ଷିଥିଲେ ଧର୍ମେନ୍ଦ୍ର ପ୍ରଧାନ । କହିଥିଲେ ଦେଶରେ ଆୟୁଷ୍ମାନ ଯୋଜନା ମାଧ୍ୟମରେ ମାଗଣା ସ୍ୱାସ୍ଥ୍ୟସେବା ମିଳୁଛି । କିନ୍ତୁ ରାଜ୍ୟ ସରକାର ଯୋଜନା ଲାଗୁ କରୁନାହାଁନ୍ତି । ବିଜୁ ସ୍ୱାସ୍ଥ୍ୟ କାର୍ଡରେ ସୁବିଧାରେ ସ୍ୱାସ୍ଥ୍ୟସେବା ମିଳୁଛି କି ବୋଲି ପ୍ରଶ୍ନ କରିଥିଲେ । କୋଟି କୋଟି ଟଙ୍କାର ବିଜ୍ଞାପନରେ ପ୍ରଚାର କରାଯାଉଛି ହେଲେ ପିଏଚସିରେ ଡାକ୍ତର ନାହାଁନ୍ତି ବୋଲି ସମାଲୋଚନା କରିଥିଲେ ।  ଏହାର ଜବାବରେ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠେଇଥିବା ପ୍ରଶ୍ନର ଜବାବ ରଖିବା ସହ କହିଛନ୍ତି ନିଦରେ ଥିବା ଲୋକଙ୍କୁ ଉଠାଇ ହେବ ହେଲେ ନିଦ ଭଳି ଅଭିନୟ କରୁଥିବା ଲୋକଙ୍କୁ ଉଠାଇହେବ ନାହିଁ । ଆଜି ପାଣ୍ଡିଆନ କହିଛନ୍ତି ଯଦି ସାହସ ଅଛି କେନ୍ଦ୍ରମନ୍ତ୍ରୀ ତାଙ୍କର ଦଳୀୟ ନିର୍ବାଚନୀ ଇସ୍ତାହାରରେ ବିଏସକେୱାଇ କାର୍ଡ ବନ୍ଦ କରିବାକୁ ଘୋଷଣା କରନ୍ତୁ । ଏଭଳି କହି ଚ୍ୟାଲେଞ୍ଜ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *