ରାମଲାଲାଙ୍କ ପାଇଁ ଓଡ଼ିଶାରୁ ଯିବ ଧନୁତୀର

ରାମଲାଲାଙ୍କ ପାଇଁ ଓଡ଼ିଶାରୁ ଯିବ ଧନୁତୀର

ରାମଲାଲାଙ୍କ ପାଇଁ ଓଡ଼ିଶାରୁ ଯିବ ଧନୁତୀର । ଅଯୋଧ୍ୟାକୁ ଧନୁତୀର ପଠାଇବେ ଐତିହ୍ୟ ସଂଗ୍ରାହକ ସୁଦର୍ଶନ ସାହୁ । ଏଥିପାଇଁ କଟକୀ ମଠର ମଠାଧୀଶ ବିଜୟ ରାମାନୁଜଙ୍କ ଉଦ୍ୟମରେ ନ୍ୟାସର ସଂପାଦକଙ୍କ ସହ ଯୋଗାଯୋଗ କ୍ରମେ ଅନୁମତି ମିଳିଛି। ଏହି ଧନୁରେ ମୟୂର କଣ୍ଠ ସଦୃଶ କାମ ହୋଇଛି। ୨ ଫୁଟ ଲମ୍ବ ଏବଂ ଦେଢ଼ ଫୁଟ ଚଉଡା ବିଶିଷ୍ଟ ଏହି ଧନୁ ଓ ତୀରର ଓଜନ ଦୁଇ କିଲୋ ହେବ। ଏହା ସମ୍ପୂର୍ଣ୍ଣ ପିତ୍ତଳରେ ତିଆରି ହୋଇଛି।
ପୁରୀର ପ୍ରସିଦ୍ଧ ପାପୁଡିଆ ମଠର ମୁଖ୍ୟ ରାମକୃଷ୍ଣ ଦାସ ମହାରାଜ ଏଭଳି ଯୁଗଳ କଳାକୃତିକୁ ଅଯୋଧ୍ୟାରେ ନ୍ୟାସ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚାଇବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି। ସଂଗ୍ରାହକ ସୁଦର୍ଶନ ସାହୁ ରାମଲାଲାଙ୍କ ଉଦ୍ଦେଶ୍ୟରେ ଏହାକୁ ରାମକୃଷ୍ଣ ଦାସଙ୍କୁ ଅର୍ପଣ କରିବେ।

author

Related Articles

Leave a Reply

Your email address will not be published. Required fields are marked *