ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ୯୬ବର୍ଷୀୟ ବରିଷ୍ଠ ନେତା

ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ୯୬ବର୍ଷୀୟ ବରିଷ୍ଠ ନେତା

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ବରିଷ୍ଠ ବିଜେପି ନେତା ତଥା ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଗତକାଲି ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଆଡଭାନୀଙ୍କ ବାସଭବନକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଥିବା ବେଳେ ଏଥିନିମନ୍ତେ ସେ ସମ୍ମତି ଜଣାଇଛନ୍ତି। ୯୬ବର୍ଷୀୟ ଆଡଭାନୀଙ୍କ ଅଯୋଧ୍ୟା ଗସ୍ତ ବେଳେ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ। ଆଡଭାନୀଙ୍କ ଚିକିତ୍ସା ପାଇଁ ମେଡିକାଲ ଟିମ୍ ମଧ୍ୟ ମହଜୁଦ ରହିବେ।


ନିଜ ଖୁସି ବ୍ୟକ୍ତ କରି ଆଡଭାଣୀ କହିଛନ୍ତି, ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାର ସୁଯୋଗ ପାଇବା ଖୁବ୍ ସୌଭାଗ୍ୟର ବିଷୟ । କାରଣ ଏହା କେବଳ ଏକ ମନ୍ଦିର ନୁହେଁ, ଏହା ଦେଶର ପବିତ୍ରତା, ମର୍ଯ୍ୟାଦାର ପ୍ରସଙ୍ଗ ଅଟେ । ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବା ବେଳେ ସମଗ୍ର ଦେଶର ପରିବେଶ ମଙ୍ଗଳମୟ ହୋଇ ଉଠିଲାଣି। ତେଣୁ ଏପରି ସୁବର୍ଣ୍ଣ ସୁଯୋଗରେ ସାମିଲ ହେବା, ପ୍ରତ୍ୟକ୍ଷଦର୍ଶୀ ହେବାର ସୌଭାଗ୍ୟ ପାଇଥିବାରୁ ମୁଁ ନିଜକୁ ଖୁବ୍ ଭାଗ୍ୟଶାଳୀ ମନେ କରୁଛି।

author

Related Articles

Leave a Reply

Your email address will not be published. Required fields are marked *