ଡିସେମ୍ୱରରେ କରୋନା ନେଇଛି 10 ହଜାର ଜୀବନ

ଡିସେମ୍ୱରରେ କରୋନା ନେଇଛି 10 ହଜାର ଜୀବନ

ସାରା ବିଶ୍ୱରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । କରୋନାର ନୂଆ ଭାରିଏଣ୍ଟ ଯୋଗୁଁ ଅନେକ ଦେଶରେ ସ୍ଥିତି ବେହାଲ ହେବାରେ ଲାଗିଛି । ଭାରତରେ ମଧ୍ୟ କରୋନା ସଂକ୍ରମଣ  ୪୦-୫୦ ଦିନ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ କହିଛନ୍ତି କି ଡିସେମ୍ବର ମାସରେ କରୋନା ସଂକ୍ରମଣରେ ବିଶ୍ୱରେ ୧୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ପାଖାପାଖି ୫୦ ଟି ଦେଶର ତଥ୍ୟରେ ଏହି ସୂଚନା ମିଳିଛି । ଏହାସହ କରୋନା ସଂକ୍ରମଣରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୪୨ ପ୍ରତିଶତ ବୃଦ୍ଧି ପାଇଛି । ଗତ ୧ ସପ୍ତାହର ପରିସଂଖ୍ୟାନକୁ ଦେଖିଲେ ଦୈନିକ ୫୦୦ ରୁ ୬୦୦ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *