ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଧାର୍ଯ୍ୟ ହେଲା ଶୁଭ ସମୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଧାର୍ଯ୍ୟ ହେଲା ଶୁଭ ସମୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଧାର୍ଯ୍ୟ ହେଲା ସମୟ। ୧୭ ତାରିଖ ଅପରାହ୍ନ ୧ଟା ୧୫ରୁ ସାଢ଼େ ଗୋଟାଏ ଭିତରେ ପ୍ରକଳ୍ପ ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଉଦ୍ଘାଟନ କରିବେ। ୩ଟା ପରେ ଶ୍ରଦ୍ଧାଳୁମାନେ ପରିକ୍ରମା ମାର୍ଗ ଭ୍ରମଣ କରିପାରିବେ ଓ ସାଂସ୍କୃତିକ କାର‌୍ୟ୍ୟକ୍ରମକୁ ଉପଭୋଗ କରିପାରିବେ। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଆସନ୍ତା କାଲି(ଶୁକ୍ରବାର)ଠାରୁ ଗଜପତି ମହାରାଜଙ୍କ ଦ୍ୱାରା ଆଚାର୍ଯ୍ୟ ବରଣ, ଗୁଆ ଟେକା, ଅଙ୍କୁର ରୋପଣ କାର୍ଯ୍ୟ ହେବ। ୧୩ ତାରିଖରେ ଅଙ୍କୁର ପୂଜନ ହେବ। ୧୪ ତାରିଖରେ ଅଙ୍କୁର ପୂଜନ, ଯଜ୍ଞ ଅଧିବାଶ, ଧ୍ୱଜା ସ୍ଥାପନ ଓ ଅନ୍ୟାନ୍ୟ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ। ୧୫ ତାରିଖଠାରୁ ଯଜ୍ଞ ଆରମ୍ଭ ହେବ। ସେଦିନ ସକାଳ ସାଢ଼େ ୭ଟାରୁ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚ କର୍ମ, ବ୍ରାହ୍ମଣ ବରଣ ଓ ଯଜ୍ଞକାର୍ଯ୍ୟହେବ। ୧୬ ତରିଖରେ ମଧ୍ୟ ଦିନସାରା ଯଜ୍ଞ ଚାଲିବ। ୧୭ ତାରିଖ ଅପରାହ୍ନ ୧ଟା ୧୫ ମିନିଟ୍ରୁ ସାଢ଼େ ୧ଟା ଭିତରେ ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଫଳକ ଲୋକାର୍ପଣ କରିବେ। ସେହି ସମୟରେ ଗଜପତି ମହାରାଜା ପୁଷ୍ପାଞ୍ଜଳି ଓ ଯଜ୍ଞ ପୂର୍ଣ୍ଣାହୂତି ଦେବେ। ୨ରୁ ସାଢ଼େ ୨ଟା ଭିତରେ ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିମାନେ ପରିକ୍ରମା ମାର୍ଗ ପରିଦର୍ଶନ କରିବେ। ସାଢ଼େ ୨ଟାରୁ ୩ଟା ଭିତରେ ଉତ୍ତର ପାର୍ଶ୍ୱ ମଠ ପାଖରେ ପ୍ରତିଷ୍ଠା ହୋଇଥିବା ଗୃହରେ ଧନ୍ୟବାଦ ସଭା ହେବ।

author

Related Articles

Leave a Reply

Your email address will not be published. Required fields are marked *