ପଶ୍ଚିମବଙ୍ଗରେ ପୁଣିଥରେ ଇଡିର ଛାନଭିନ

ପଶ୍ଚିମବଙ୍ଗରେ ପୁଣିଥରେ ଇଡିର ଛାନଭିନ

ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ପରେ ପ୍ରଥମଥର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କିଛି ଦିନ ତଳେ ରାସନ ଦୁର୍ନୀତି ମାମଲାରେ ଟିଏମସି ନେତା ଶାହଜାହାଁ ସେଖଙ୍କ ବାସଭବନରେ ଚଢାଉ ପାଇଁ ପହଂଚିଥିଲେ ଇଡି ଅଧିକାରୀ । ସେହିସମୟରେ ନେତାଙ୍କ ସମର୍ଥକ ତଥା ଗ୍ରାମବାସୀ ଇଡି ଅଧିକାରୀଙ୍କୁ ମାଡ ମାରି ଲହୁଲୁହାଣ କରିଦେଇଥିଲେ । ଆଜି ସକାଳୁ ସକାଳୁ ଇଡି ଅଧିକାରୀ କ୍ୟାବିନେଟର 2 ମନ୍ତ୍ରୀଙ୍କ ବାସଭବନରେ ଚଢାଉକରିଛି । ମହାନଗର ନିଗମ ଦୁର୍ନୀତିକୁ ନେଇ ଏହି ଚଢାଉ ଚାଲିଥିବା ସୂଚନା ମିଳିବା ପରେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ସୁଜିତ ବୋଷ ଓ ତାପସ ରୟଙ୍କ ବାସଭବନରେ ଇଡି ଅଧିକାରୀ ଛାନଭିନ କରୁଛନ୍ତି । ଏହାଛଡା ଟିଏମସି ନେତା ସୁବୋଧ ଚକ୍ରବର୍ତିଙ୍କ ବାସଭବନରେ ମଧ୍ୟ ରେଡ ଚାଲିଛି । ତେଣୁ ଆଜି ଚଢାଉ ବେଳେ ସିଏପିଏଫ କର୍ମଚାରୀଙ୍କ ସୁରକ୍ଷାରେ ଚଢାଉ କରୁଛନ୍ତି ଇଡି ଅଧିକାରୀ ।

author

Related Articles

Leave a Reply

Your email address will not be published. Required fields are marked *