ଗଞ୍ଜାମ ରେ ସମିତି ସଭ୍ୟଙ୍କୁ ଗୁଳିମାଡ

ଗଞ୍ଜାମ ରେ ସମିତି ସଭ୍ୟଙ୍କୁ ଗୁଳିମାଡ

ଗଞ୍ଜାମ ଜିଲ୍ଲା ପୋଲସରା ଥାନା କେନ୍ଦୁବାଡି ପଞ୍ଚାୟତ ର ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁ ଙ୍କୁ ହୋଇଛି ଗୁଳି ମାଡ. ସୂଚନା ଅନୁସାରେ ଏହିପଚାୟତର ଗରେଈଝୁଳି ହରିଜନ ସାହିର ଗୁରୁମୃତି ନାହାକ, ରଞ୍ଜିତ ନାହାକ, ମନୋଜ ନାହାକ, ଅରୁଣ ନାହାକ ଓ ପିଣ୍ଟୁ ନାହାକ ପାଞ୍ଚ ଜଣ ଯୁବକ ବହୁଦିନ ଧରି ଗ୍ରାମ ସହିତ ଅଞ୍ଚଳର ବିଭିନ୍ନ ଜାଗାରେ ଡକାୟତି ଓ ରାହାଜାନୀ କାର୍ଯ୍ୟରେ ଲିପ୍ତ ରହି ଗ୍ରାମରେ ଉନ୍ମତକାଣ୍ଡ କରିଆସୁଥିଲେ, ଗ୍ରାମବାସୀ ସେମାନଙ୍କୁ ବାରଣ କରିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ଖବର ପାଇ ସମିତି ସଭ୍ୟ ନରେନ୍ଦ୍ର ସେଠାରେ ପହଞ୍ଚି ବୁଝାଇବାକୁ ଚେଷ୍ଟା କରିବା ବେଳେ ଗୁରୁମୃତି ନାହାକ ଏକ ଦେଶୀ ଛେରା ବନ୍ଧୁକରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସମିତି ସଭ୍ୟଙ୍କ ସହିତ ଅନ୍ୟ ଦୁଇ ଜଣ ଆହତ ହୋଇଥିଲା। ଗ୍ରାମବାସୀଙ୍କ ସହଯୋଗରେ ସେମାନଙ୍କୁ ବୁଗୁଡ଼ା ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ନରେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି,ଏବେ ବ୍ରହ୍ମପୁର ମେଡିକାଲରେ ନରେନ୍ଦ୍ର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ଖବର ପାଇ ପୋଲସରା ବିଧାୟକ ମେଡିକାଲ ରେ ପହଞ୍ଚି ନରେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ଏପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପାଞ୍ଚ ଜଣଙ୍କୁ ଅଟକ ରଖି ଅନୁସନ୍ଧାନ ଜାରୀ ରଖିଛି।

author

Related Articles

Leave a Reply

Your email address will not be published. Required fields are marked *