ପୁଅ ମନ୍ମଥଙ୍କୁ ଉତ୍ତରାଧିକାରୀ ଘୋଷଣା କଲେ ସୁର ରାଉତରାୟ

ପୁଅ ମନ୍ମଥଙ୍କୁ ଉତ୍ତରାଧିକାରୀ ଘୋଷଣା କଲେ ସୁର ରାଉତରାୟ

ସୁର ରାଉତରାୟଙ୍କ ପରେ କିଏ ନେବ ଜଟଣୀର ଦାୟିତ୍ୱ? ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ନେବେ ନା ତାଙ୍କ ସାନପୁଅ ମନ୍ମଥ ରାଉତରାୟ ନେବେ ତାକୁ ନେଇ ଚାଲିଥିଲା ଚର୍ଚ୍ଚା। ଆଜି ସେହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୁର। ପୁଅ ମନ୍ମଥଙ୍କୁ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ଏହାସହ ଜଟଣୀରୁ ବିଧାୟକ ପ୍ରାର୍ଥୀ ମନ୍ମଥ ରାଉତରାୟ ହେବେ ବୋଲି ସେ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି।
ମନ୍ମଥ କ୍ୟାପ୍ଟେନ ଚାକିରି ଛାଡ଼ି ଆଜି ଭୁବନେଶ୍ୱର ଫେରିଛନ୍ତି। ବିମାନ ବନ୍ଦରରେ ଆଜି ମନ୍ମଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଭୁବନେଶ୍ୱର ଫେରିବା ପରେ ତାଙ୍କୁ ବିମାନ ବନ୍ଦରରେ ଶହ ଶହ ସମର୍ଥକମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଥିଲେ।

author

Related Articles

Leave a Reply

Your email address will not be published. Required fields are marked *