ରାଜ୍ୟସଭାକୁ ଗଲେ ଆପର ୩ ପ୍ରାର୍ଥୀ। ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନ ଥିବା ବେଳେ ସେମାନେ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି। ଏହି ୩ ପ୍ରାର୍ଥୀ ହେଲେ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ, ନାରାୟଣ ଦାସଗୁପ୍ତା ଓ ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ । ଏହି ୩ ନେତା ବିଜୟ ସାର୍ଟିଫିକେଟ ଆଣିବା ନିମନ୍ତେ ଆଜି ରିଟର୍ଣ୍ଣିଂ ଅଫିସକୁ ଯିବେ। ଜେଲ୍ରେ ବନ୍ଦ ଥିବା ସଞ୍ଜୟ ସିଂଙ୍କୁ ମଧ୍ୟ ସାର୍ଟିଫିକେଟ ଆଣିବାକୁ ଯିବା ନିମନ୍ତେ ଅନୁମତି ମିଳିଛି। ଆପ୍ର ୩ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ସୁଶୀଳ କୁମାର ଗୁପ୍ତା ଓ ଏନ. ଡି ଗୁପ୍ତାଙ୍କ ୬ ବର୍ଷର କାର୍ୟ୍ୟକାଳ ୨୭ ଜାନୁୟାରୀରେ ଶେଷ ହେବ। ଏଥିନିମନ୍ତେ ଜାନୁଆରୀ ୧୯ ତାରିଖରେ ନିର୍ବାଚନ ଅନୁଷ୍ଠାନ ହେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ରାଜ୍ୟସଭା ନିର୍ବାଚନ ପାଇଁ ଦିଲ୍ଲୀରୁ ଆମ ଆଦମୀ ପାର୍ଟି ତିନି ଜଣ ପ୍ରାର୍ଥୀ ଘୋଷଣା କରିଥିଲା। ଚଳିତ ଥର ଆପ୍ ସୁଶୀଲ ଗୁପ୍ତାଙ୍କ ସ୍ଥାନରେ ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲଙ୍କୁ ଆପ୍ ପ୍ରାର୍ଥୀ ଘୋଷଣା କରିଥିଲା।
You can share this post!
author