ଆଜି ପୂରଣ ହେବ ନୀଳଗିରିବାସୀଙ୍କ ସ୍ୱପ୍ନ

ଆଜି ପୂରଣ ହେବ ନୀଳଗିରିବାସୀଙ୍କ ସ୍ୱପ୍ନ

ଆଜିଠାରୁ ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ। ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଆଜି ପୂରଣ ହେବ। ନୀଳଗିରି ଗୋପୀନାଥପୁର ନିକଟରେ ନୂଆ କରି ହୋଇଥିବା ରେଳ ଷ୍ଟେସନରୁ ଗଡ଼ିବ ଟ୍ରେନ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ସଙ୍କେତ ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରିବେ। ଟ୍ରେନଟି ପ୍ରତିଦିନ ତିନିଥର ଲେଖାଏଁ ନୀଳଗିରିରୁ ବାଲେଶ୍ୱର ଯିବା ଆସିବା କରିବ। ପରବର୍ତ୍ତୀ ପର‌୍ୟ୍ୟାୟରେ ନୀଳଗିରିରୁ ଭୁବନେଶ୍ୱର ଓ କୋଲକାତାକୁ ଟ୍ରେନ ଚଳାଚଳ ଲାଗି ଯୋଜନା ରହିଛି।

author

Related Articles

Leave a Reply

Your email address will not be published. Required fields are marked *