ରିଲ୍ସ କଲେ ପୁରସ୍କାର ଦେବେ ରାଜ୍ୟ ସରକାର ! ଜାଣନ୍ତୁ ଏହି ନୂଆ ସ୍କିମ ବିଷୟରେ…

ରିଲ୍ସ କଲେ ପୁରସ୍କାର ଦେବେ ରାଜ୍ୟ ସରକାର ! ଜାଣନ୍ତୁ ଏହି ନୂଆ ସ୍କିମ ବିଷୟରେ…

ନିର୍ବାଚନୀ ବର୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ଖାସ୍ କରି ନୂଆ ତଥା ଯୁବ ଭୋଟରଙ୍କୁ ନିଜ ଆଡକୁ ଢଳେଇବା ପାଇଁ ସମସ୍ତ ଦଳ ନୂଆ ନୂଆ ସ୍କିମ ମଧ୍ୟ ଲଞ୍ଚ କରୁଛନ୍ତି । ଏହାରି ମଧ୍ୟରେ ଯୁବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଜେଡି ଆଉ ଏକ ନିର୍ବାଚନୀ ଚାଲ୍ ଚଲାଇଛିି । ଡିଜିଟାଲ ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କୁ ରିଲ୍ସ ଏବଂ ଭିଡିଓ କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି । କଲେଜ ଷ୍ଟୁଡେଣ୍ଟ ମାନେ ଆମ ଓଡିଶା-ନୂଆ ଓଡିଶା ଏବଂ ଓଡିଶା ରୂପାନ୍ତରୀକରଣ ଥିମରେ ରିଲ୍ସ ଏବଂ ଭିଡିଓ ଗ୍ରାଫି କରିବେ ଏବଂ ଏହା ବଦଳରେ ରାଜ୍ୟ ସରକାର ତାଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରିବେ ।
ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।

ଆସନ୍ତା ଫେବୃଆରୀ ୨୬ ଯାଏଁ ଚାଲିବ ଏହି ଡିଜିଟାଲ ପ୍ରତିଯୋଗିତା । ସୋସିଆଲ ମିଡିଆରେ ପିଲାଏ ନୂଆ-ଓ, ଆମ ଓଡ଼ିଶା ନବୀନ ଓଡ଼ିଶା ହାସ୍ ଟ୍ୟାଗ୍ ଦେଇ ପ୍ରତିଯୋଗିତାରେ ଭାଗ ନେଇପାରିବେ ବୋଲି ଦର୍ଶାଯାଇଛି ଏହି ବିଜ୍ଞପ୍ତିରେ । ବିଶେଷ କରି ୬୦ ସେକେଣ୍ଡର ରିଲ୍ସ ମେକିଂ, ୨ରୁ ୩ ମିନିଟର ଭିଡ଼ିଓ ମେକିଂ ତଥା ଌ ଆମ ଓଡ଼ିଶା, ନବୀନ ଓଡ଼ିଶା ଉପରେ ଏକ ଫିଲ୍ମ ତିଆରି କରିବେ ।


ସେହିପରି ରୁପାନ୍ତିକରଣ ଉପରେ ଫଟୋଗ୍ରାଫି ଏବଂ ଓଡ଼ିଶାର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ସଂପର୍କରେ କୁଇଜ୍ ପ୍ରତିଯୋଗୀତା ହେବ । ଏସବୁକୁ ନିଜ ନିଜର ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ କଲେଜ ଛାତ୍ରଛାତ୍ରୀ ନୂଆ-ଓ, ଆମ ଓଡ଼ିଶା ନବୀନ ଓଡ଼ିଶା ହାସ୍ ଟ୍ୟାଗ୍ ଦେଇ ଅପଲୋଡ୍ କରିବେ । ଏସବୁ ବର୍ଗରେ ପ୍ରଥମ ପୁରସ୍କାର ବାବଦକୁ ୫୦ ହଜାର, ଦ୍ୱିତୀୟ ପୁରସ୍କାର ବାବଦକୁ ୪୦ ହଜାର, ତୃତୀୟ ପୁରସ୍କାର ବାବଦକୁ ୩୦ ହଜାର ଏବଂ ପରବର୍ତ୍ତି ୫୦ ଜଣଙ୍କୁ ୧୦ ହଜାର ଟଙ୍କା ଦିଆଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *