ଇଣ୍ଡିଆ ମେଣ୍ଟର ଅଧ୍ୟକ୍ଷ ହେବେ ମଲ୍ଲିକାର୍ଜୁନ ଖଡଗେ

ଇଣ୍ଡିଆ ମେଣ୍ଟର ଅଧ୍ୟକ୍ଷ ହେବେ ମଲ୍ଲିକାର୍ଜୁନ ଖଡଗେ

ନିର୍ବାଚନ ପୂର୍ବରୁ ନିଜକୁ ପ୍ରସ୍ତୁତ କଲାଣି ଇଣ୍ଡିଆ ମେଣ୍ଟ । ଆଜି ବସିଥିବା ଇଣ୍ଡିଆମେଣ୍ଟର ବୈଠକରେ ମେଣ୍ଟର ଅଧକ୍ଷ ଭାବେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଦାୟିତ୍ୱ ଦିଆଯାଇଛି । ଏ ନେଇ ଔପଚାରିକ ଭାବେ ଘୋଷଣା ନ ହୋଇଥିଲେ ମଧ୍ୟ ବୈଠକରେ ଏଭଳି କିଛି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି । ଗତ କିଛିଦିନ ହେବ ମେଣ୍ଟର ଅଧ୍ୟକ୍ଷ ପଦକୁ ନେଇ ଆଲୋଚନା ଜୋର ଧରିଥିଲା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଠାରୁ ନେଇ ଲାଲୁ ଯାଦବଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ସୂତ୍ର ସୂଚନା ମୁତାବକ ଜେଡିୟୁ ମୁଖ୍ୟ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମେଣ୍ଟର ସଂଯୋଜକ ଭାବେ ଦାୟିତ୍ୱ ଦେବାକୁ ପ୍ରସ୍ତାବ ଆସିଥିଲା । ହେଲେ ନିଜେ ନୀତିଶ କୁମାର ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି । ଏହି ବୈଠକରେ କିଛି ନେତା ଯୋଗ ଦେଇଥିବା ବେଳେ ଆଉ କିଛି ନେତା ଯୋଗ ଦେଇ ନଥିଲେ ।

author

Related Articles

Leave a Reply

Your email address will not be published. Required fields are marked *