ଆମେରିକାରେ ଜୟ ଶ୍ରୀରାମ ନାରା

ଆମେରିକାରେ ଜୟ ଶ୍ରୀରାମ ନାରା

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର ସପ୍ତାହେ ବାକି ରହିଲା । ସବୁଠି ଉତ୍ସାହ ଉଦ୍ଦୀପନା ସହ ପରିବେଶ ଚଳଚଞ୍ଚଳ ହୋଇଉଠିଛି । ଏପରିକି ଭାରତ ବାହାରେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ନାରା ଶୁଣିବାକୁ ମିଳୁଛି । ଆମେରିକାର ଭାରତୀୟମାନେ ଆମରିକାରେ ଏହି ଐତିହାସିକ ଘଟଣାକୁ ପାଳନ କରୁଥିବାର ଦେଖିବାକୁ ମିଳିଛି । ଆମେରିକାରେ ଶନିବାର ନ୍ୟୁଜର୍ସିର ଏଡିସନରେ ଏକ ବିଶାଳ କାର ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ ପ୍ରାୟ ୩୫୦ଟି କାର ସାମିଲ ହୋଇଥିଲା । ଏବଂ ଏହି କାର‌୍ୟ୍ୟକ୍ରମର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହିନ୍ଦୁ ସଂପ୍ରଦାୟବାସୀ ହାତରେ ପ୍ରଭୁ ରାମଚନ୍ଦ୍ରଙ୍କ ଫଟୋ ଥିବା ପତାକା ଧରିବା ସହ ଜୟ ଶ୍ରୀରାମ ନାରା ଦେଉଥିବା ଦେଖିବାକୁ ମିଳିଛି । ସେହିପରି ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଆମେରିକାର ମେରିଲ୍ୟାଣ୍ଡରେ ବିଶ୍ୱ ହିନ୍ଦୁ ପରିଷଦର କର୍ମୀ ଟେସଲା ମ୍ୟୁଜିକାଲ ଲାଇଟ ସୋ’ର ଆୟୋଜନ କରିଛନ୍ତି । ଏହି ଲାଇଟ ସୋ’ରେ ୧୫୦ରୁ ଅଧିକ ଟେସଲା କାର ସାମିଲ ହୋଇଥିଲା । ସେହିପରି ୱାଶିଂଟନ, ଭର୍ଜିନିଆ ଆଦି ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରବାସୀ ଭାରତୀୟ ଜୟ ଶ୍ରୀରାମ ନାରା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *