ମକର ସଂକ୍ରାନ୍ତିରେ ଚଳଚଞ୍ଚଳ ଶ୍ରୀମନ୍ଦିର, ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ମକର ସଂକ୍ରାନ୍ତିରେ ଚଳଚଞ୍ଚଳ ଶ୍ରୀମନ୍ଦିର, ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି। ମକର ସଂକ୍ରାନ୍ତିରେ ମକରଚୌରାଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ଛଅମୂର୍ତ୍ତୀ ଅଳଙ୍କାରରେ ଭୂଷିତ ହୋଇଛନ୍ତି ଶ୍ରୀଜିଉ। ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର, ଖୁଆ ଓ ଚାଉଳର ମିଶ୍ରଣରେ ପ୍ରସ୍ତୁତ ମକର ଭୋଗ ଶ୍ରୀଜିଉଙ୍କ ପାଖରେ ଲାଗି ହେବ। ଏ ଅବସରରେ ବିଭିନ୍ନ ମଠ ମନ୍ଦିର ଏବଂ ଶ୍ରୀକ୍ଷେତ୍ରର ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଭୋଗ ରୂପେ ଅର୍ପଣ କରିବାର ପରମ୍ପରା ରହିଛି। ଆଜିର ଦିନରେ ଗୁଡ଼ି ଉଡାଇବାର ମଧ୍ୟ ପରମ୍ପରା ରହିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଗୁଡ଼ି ଉଡାଇବାବେଳେ ମାଞ୍ଝା ସୁତା କିମ୍ବା ଚାଇନିଜ୍ ସୂତା ବ୍ୟବହାର ନକରିବାକୁ ପୁଲିସ କଡ଼ା ଚେତାବନୀ ଦେଇଛି।

author

Related Articles

Leave a Reply

Your email address will not be published. Required fields are marked *