୧୭ ତାରିଖରେ ସରକାରୀ ଛୁଟି, ବନ୍ଦ ରହିବ ସମସ୍ତ ସରକାରୀ ଅନୁଷ୍ଠାନ

୧୭ ତାରିଖରେ ସରକାରୀ ଛୁଟି, ବନ୍ଦ ରହିବ ସମସ୍ତ ସରକାରୀ ଅନୁଷ୍ଠାନ

ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ସେହି ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି। ରାଜ୍ୟର ସମସ୍ତ ସରକାରୀ ଅଫିସ୍, ସ୍କୁଲ ଓ କଲେଜ ବନ୍ଦ ରହିବ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହୋତ୍ସବ ପାଇଁ ଭକ୍ତିମୟ ଶ୍ରୀକ୍ଷେତ୍ର। ଯଜ୍ଞ ପ୍ରତିଷ୍ଠାର ତୃତୀୟ ଦିନରେ ଅଙ୍କୁର ପୂଜନ ପରେ ଚାଲିଛି ଯଜ୍ଞ ଅଧିବାସ। ଯଜ୍ଞ କୁଣ୍ଡ ଚତୁପାର୍ଶ୍ୱରେ ମଣ୍ଡଳାଚାର୍ଯ୍ୟଙ୍କ ଦ୍ୱାରା ମଣ୍ଡଳ ସ୍ଥାପନ କରାଯାଇଛି।

ଅନ୍ୟପଟେ ଆଜିଠୁ ମହାଯଜ୍ଞ ଆରମ୍ଭ ହେବାକୁ ଯାଉଛି । ଶ୍ରୀମନ୍ଦିରର ଚାରିଦ୍ୱାର ରୁଗ୍‌, ସାମ, ଯଦୁ ଏବଂ ଅଥର୍ବ ବେଦ ମନ୍ତ୍ରରେ ପ୍ରକମ୍ପିତ ହେବ । ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନୀରେ ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ହେବ । ସେପଟେ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଗଲାଣି ଶ୍ରଦ୍ଧାଳୁଙ୍କ ଗହଳି । ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସହରର ୩ ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *