ଦିନକୁ ଦିନ ଘନଉଛି ଭାରତ ମାଳଦ୍ୱୀପ ବିବାଦ । ଚୀନରୁ ଫେରିବା ପରେ ଭାରତକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଟାର୍ଗେଟ । ଭାରତୀୟ ପର୍ଯ୍ୟଟକ ମାନେ ଏବେ ମାଳଦ୍ୱୀପରୁ ମୁହଁ ଫେରାଇ ଲାକ୍ଷାଦ୍ୱୀପକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଦୁଇ ଦେଶର ସମ୍ପର୍କରେ ଦେଖାଦେଇଥିବା ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ସରକାରୀ ତଥ୍ୟ ଅନୁଯାୟୀ ମାଳଦ୍ୱୀପରେ ୮୮ଜଣ ଭାରତୀୟ ସୈନ ରହିଛନ୍ତି । ୧୫ମାର୍ଚ୍ଚ ସୁଦ୍ଧା ଭାରତୀୟ ସୈନଙ୍କୁ ଦେଶକୁ ଫେରାଇନିଅ ବୋଲି ଦାବି କରାଯାଇଛି । ଭାରତ ସହ ବିବାଦ ଭିତରେ ଚୀନ ସହ ସମ୍ପର୍କ ମଜବୁତ କରୁଛି ମାଳଦ୍ୱୀପ । ଚୀନକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ୨୦ ଚୁକ୍ତି ସ୍ୱାକ୍ଷାରିତ କରାଯାଇଛି ।
You can share this post!
author