ବନ୍ଦ ହୋଇଯିବ WordPad ସୁବିଧା !

ବନ୍ଦ ହୋଇଯିବ WordPad ସୁବିଧା !

ତିନି ଦଶନ୍ଧିରୁ ଅଧିକ ସମୟ ଧରି Windowsର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିବା WordPad କୁ ମାଇକ୍ରୋସଫ୍ଟ ବିଦାୟ ଦେବାକୁ ନିଷ୍ପତ୍ତି ନେଇଛି । Windowsର ପରବର୍ତ୍ତୀ ସଂସ୍କରଣ ତଥା Windows 11 ରେ ଆଉ WordPadର ସୁବିଧା ରହିବନି । ଅକ୍ଷର ସମ୍ପାଦନା ପାଇିଁ Windows 95 ସହ ଏହାର ଶୁଭାରମ୍ଭ ହୋଇଥିଲା । ହେଲେ Windowsର ପରବର୍ତ୍ତୀ ସଂସ୍କରଣରେ ଏହାକୁ ସାମିଲ କରାଯିବନାହିଁ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ମାଇକ୍ରୋସଫ୍ଟ କମ୍ପାନୀ । ପୂର୍ବରୁ ବ୍ୟବହାର କାରୀମାନେ ଡକ୍ୟୁମେଣ୍ଟ ଏଡିଟ ର ସମସ୍ତ କାମ WordPadରେ କରୁଥିଲେ । ବିଭିନ୍ନ ଲେଖାକୁ ସେଥିରେ ପେଷ୍ଟ କରି ତାକୁ ବଦଳାଇବାରେ ଏହାକୁ ବ୍ୟବହାର କରାଯାଉଥିଲା । ଏହା ନୋଟ୍ ପ୍ୟାଡ ଠାରୁ ଉନ୍ନତ ଏବଂ ମାଇକ୍ରୋସଫ୍ଟ ୱାର୍ଡ ଅପେକ୍ଷା ବ୍ୟବହାର କରିବା ଅତ୍ୟନ୍ତ ସହଜ ଥିଲା । WordPad ଅକ୍ଷରର ଆକାର ବଦାଳାଇବା, ଏହାର ରଙ୍ଗ ପରିବର୍ତ୍ତନ କରିବା ଏବଂ ପାରାଗ୍ରାଫଗୁଡିକୁ ସିଧା ଲାଇନରେ ସ୍ଥାନିତ କରିବା ଭଳି କାଯ୍ୟରେ ସାହାଯ୍ୟ କରୁଥିବାରୁ ଏହାର ଆଦୃତି ବଢିଥିଲା । ଛୋଟ ଡକ୍ୟୁମେଣ୍ଟ ଗୁଡିକୁ ଏଡିଟ୍ କରିବା ଏବଂ ନୋଟ୍ ପାଇଁ ଏହା ଅନେକ ଲୋକପ୍ରିୟତା ହାସଲ କରିଥିଲା । କିନ୍ତୁ ମାଇକ୍ରୋସଫ୍ଟ ୱାର୍ଡ ଆସିବା ପରଠାରୁ ଏହା WordPadର ଗୁରୁତ୍ୱକୁ ସମ୍ପୂର୍ଣ୍ଣ ହ୍ରାସ କରିଦେଇଛି ।ଏବେ ଡକ୍ୟୁମେଣ୍ଟ ପାଇଁ ୱାର୍ଡ ଏବଂ ଲେଖିବା ପାଇଁ ନୋଟ୍ ପ୍ୟାଡର ଆଦୃତି ବଢିଚାଲିଛି । ଯାହାକୁ ଦୃଷ୍ଟିରେ ରଖି ମାଇକ୍ରୋସଫ୍ଟ କମ୍ପାନୀ ୱାର୍ଡପ୍ୟାଡକୁ ସମ୍ପୂଣ୍ଣ ରୂପେ ବିଦାୟ ଦେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *