ଆଜିଠୁ ଆରମ୍ଭ ପ୍ରାଣ ପ୍ରତିଷ୍ଠା ଉତ୍ସବର ରୀତିନୀତି

ଆଜିଠୁ ଆରମ୍ଭ ପ୍ରାଣ ପ୍ରତିଷ୍ଠା ଉତ୍ସବର ରୀତିନୀତି

ଆଜିଠୁ ଆରମ୍ଭ ହେବ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବର ରୀତିନୀତି । ଭବ୍ୟ ଉତ୍ସବ ପାଖେଇ ଆସୁଥିବାରୁ ଏହାର ୫ ଦିନ ପୂବରୁ ଅର୍ଥାତ୍ ଆଜିଠାରୁ ଅଯୋଧ୍ୟାରେ ବିଭିନ୍ନ ଧାର୍ମିକ ରୀତିନୀତି ଆରମ୍ଭ ହେଉଛି। ଧାର୍ମିକ ରୀତିନୀତି ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର‌୍ୟ୍ୟାୟରେ ପହଞ୍ଚିଛି । ଆଜି ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ କାର‌୍ୟ୍ୟକ୍ରମ ରହିଛି। ସେହିପରି ଆସନ୍ତାକାଲି ଭବ୍ୟ ମୂର୍ତ୍ତି ପରିସର ପ୍ରବେଶ ହେବ। ଜାନୁଆରୀ ୧୮ ତାରିଖ ସଂଧ୍ୟାରେ ତୀର୍ଥ ପୂଜନ, ଜଳଯାତ୍ରା, ଜଳାଧିବାସ ଓ ଗନ୍ଧାଧିବାସ ରୀତିନୀତି ରହିଛି। ଜାନୁଆରୀ ୧୯ ସକାଳେ ଔଷଧାଧିବାସ, କେଶରାଧିବାସ, ଘୃତାଧିବାସ ଏବଂ ସଂଧ୍ୟାରେ ଧ୍ୟାନାଧିବାସ ନୀତି ରହିଛି।

author

Related Articles

Leave a Reply

Your email address will not be published. Required fields are marked *